ଗଣିଆ (ମଣିଭଦ୍ରା ଖବର) ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ପାଳିତ ଏକ ସ୍ୱତନ୍ତ୍ର ପର୍ବ ଓ ଶ୍ରୀମନ୍ଦିରର ଏକ ପ୍ରମୁଖ ନୀତି ଅଟେ। ଭାଦ୍ରବ କୃଷ୍ଣ ପକ୍ଷର ପଞ୍ଚମୀ ଦିନ ଏହି ପବିତ୍ର ତିଥି ପଡ଼ିଥାଏ । ଏହି ଦିନ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ 'ରାହୁ ରେଖା' ଲାଗି କରାଯାଇଥାଏ । ମହାପ୍ରଭୁଙ୍କ ଶ୍ରୀମୁଖକୁ ଅଧିକ ସରସ ଓ ସୁନ୍ଦର ଦେଖାଇବା ପାଇଁ ସୁନା ଓ ବିଶେଷ ସାମଗ୍ରୀରେ ପ୍ରସ୍ତୁତ ରାହୁ ରେଖା ଶ୍ରୀଅଙ୍ଗରେ ଲାଗି ହୋଇଥାଏ । ଓଡ଼ିଶାର କେତେକ ଅଞ୍ଚଳରେ ଏହି ଦିନ ରକ୍ଷକ ଦେବତା ବା ବଟୁକ ଭୈରବଙ୍କୁ ପୂଜା କରାଯିବା ସହ ଘରର ରକ୍ଷା ପାଇଁ ବିଭିନ୍ନ ରୀତିନୀତି କରାଯାଇଥାଏ ।ଓଡ଼ିଶାର କିଛି ଜିଲ୍ଲା ଏବଂ ବିଭିନ୍ନ ପରିବାରରେ ଏହି ତିଥିକୁ 'ରକ୍ଷା ପଞ୍ଚମୀ' ବା 'ବାଘ ମାମୁ ପୂଜା' ଭାବେ ମଧ୍ୟ ପାଳନ କରାଯାଏ । ଏହି ଦିନ ଘରର କବାଟରେ ବଟୁକ ଭୈରବ ଓ ଘଣ୍ଟାକର୍ଣ୍ଣଙ୍କର ଚିତ୍ର ଅଙ୍କନ କରାଯାଇ ପରିବାରର ସୁରକ୍ଷା ପାଇଁ ପୂଜାର୍ଚ୍ଚନା କରାଯାଏ । ବ୍ରାହ୍ମଣ ପରିବାରର ଏହା ଏକ ମୁଖ୍ୟ ପର୍ବ ହୋଇଥିବାରୁ ପୂଜା ପ୍ରସ୍ତୁତିରେ ଲାଗି ପଡିଛନ୍ତି ଯୁବଗୋଷ୍ଠୀ । ଗଣିଆ ବ୍ରାହ୍ମଣ ସମାଜର ବରିଷ୍ଠ ପଣ୍ଡିତ ସରୋଜ କୁମାର ଦାଶଙ୍କ ସହିତ ସାନୁଜରାମ ମିଶ୍ର,ରାକେଶ କୁମାର ଷଡଙ୍ଗୀ, ସୁରେଶ କୁମାର ଦାଶ, ଜଗନ୍ନାଥ ମିଶ୍ର ପ୍ରମୁଖ ଗୋପାଳପୁର ପେଟ୍ରୋଲ ଟାଙ୍କି ନିକଟରେ କାଶତଣ୍ଡି ସଂଗ୍ରହ କରି ସେଥିରେ ପୂଜା ପାଇଁ ତଣ୍ଡି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । ମୁଖ୍ୟତଃ ନିଶା ରାତିରେ ଘରର ପ୍ରମୁଖ କବାଟ ପାଖରେ ଏହି ପୂଜା କରାଯାଇଥାଏ ।
ମଣିଭଦ୍ରା ଖବର, ଗଣିଆ


Post a Comment