BREAKING
Loading...
:

IPS ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ, ବିଶିଷ୍ଟ ସେବା ପାଇଁ ବଡ଼ ସମ୍ମାନ

 IPS ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ, ବିଶିଷ୍ଟ ସେବା ପାଇଁ ବଡ଼ ସମ୍ମାନ



IPS ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ । ବିଶିଷ୍ଟ ସେବା ପାଇଁ ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ । ୧୯୯୪ ବ୍ୟାଚ୍ ର ବରିଷ୍ଠ IPS, ନକ୍ସଲ ବିରୋଧୀ ଅଭିଯାନରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବିଶିଷ୍ଟ ସେବା ପାଇଁ ବରିଷ୍ଠ IPS ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ President's Medal for Distinguished Service ପାଇଁ ମନୋନୀତ କରାଯାଇଛି।


ଦୀର୍ଘ ପୋଲିସ ସେବା, ପ୍ରଶାସନିକ ଦକ୍ଷତା ଏବଂ ବିଶେଷ କରି ଓଡ଼ିଶାରେ ନକ୍ସଲ ବିରୋଧୀ ଅଭିଯାନରେ ତାଙ୍କ ଭୂମିକା ପାଇଁ ଏହି ସମ୍ମାନ ମିଳିଛି। ଦୀର୍ଘ କ୍ୟାରିୟରରେ ସେ ରାଜ୍ୟ ପୋଲିସର ଅନେକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି । ଦକ୍ଷିଣ-ପଶ୍ଚିମାଞ୍ଚଳ DIG, IG, ପରିବହନ କମିଶନର, ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ, ଭୁବନେଶ୍ୱର-କଟକ ପୋଲିସ କମିଶନର, ADG Training ଏବଂ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀର ଡାଇରେକ୍ଟର ଭାବେ ଦାୟିତ୍ୱ ତୁଲାଇଛନ୍ତି । ୨୦୨୪ରେ ତାଙ୍କୁ ଭୁବନେଶ୍ୱର-କଟକ ପୋଲିସ କମିଶନର ଦାୟିତ୍ୱ ଦିଆଯାଇଥିଲା ।


୨୦୨୫ ଜୁଲାଇରେ ରାଜ୍ୟ ସରକାର ତାଙ୍କୁ ଆଣ୍ଟି-ନକ୍ସଲ ଅପରେସନ୍ ମୁଖ୍ୟ ଦାୟିତ୍ୱ ଦେଇଥିଲେ । ତାଙ୍କ ଅଧୀନରେ ଆଣ୍ଟି ନକ୍ସଲ ଅପରେସନ୍ ସହ ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗର କାର୍ଯ୍ୟ ମଧ୍ୟ ରହିଥିଲା । ଗୁଇନ୍ଦା ସୂଚନା ଓ ଗ୍ରାଉଣ୍ଡ ଅପରେସନ୍ ମଧ୍ୟରେ ସମନ୍ୱୟ ବଢ଼ାଇବା ଏହି ବ୍ୟବସ୍ଥାର ଏକ ପ୍ରମୁଖ ଲକ୍ଷ୍ୟ ଥିଲା । ସଞ୍ଜୀବ ପଣ୍ଡାଙ୍କ ନେତୃତ୍ୱରେ ଓଡ଼ିଶାରେ ବାମପନ୍ଥୀ ଉଗ୍ରବାଦ ବିରୋଧୀ ଅଭିଯାନକୁ ବଡ଼ ସଫଳତା ମିଳିଥିଲା । ୨୦୨୫ରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଅନେକ ମାଓବାଦୀ ନିହତ, ଗିରଫ ଓ ଆତ୍ମସମର୍ପଣ କରିଥିଲେ । SOG, DVF, SIW ସହ CRPF ଓ BSFର ସମନ୍ୱିତ ଅଭିଯାନ ଏଥିରେ ବଡ଼ ଭୂମିକା ନେଇଥିଲା । ୨୦୨୬ ମାର୍ଚ୍ଚ ଶେଷରେ ରାଜ୍ୟରେ ନକ୍ସଲ ପ୍ରଭାବକୁ ପ୍ରାୟ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରାଯାଇଥିବା ନେଇ ଓଡ଼ିଶା ପୋଲିସ ଘୋଷଣା କରିଥିଲା । ଏହାପରେ ମେ' ମାସରେ ଜଗଦଲପୁରଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ପୋଲିସର ଏହି ସଫଳତା ପାଇଁ ଡିଜିପି ୱାଇ.ବି ଖୁରାନିଆ ଓ ସଞ୍ଜୀବ ପଣ୍ଡାଙ୍କୁ ସମ୍ମାନିତ କରିଥିଲେ। ପୋଲିସ ସେବା ସହ ସଞ୍ଜୀବ ପଣ୍ଡା ଫିଟନେସ୍, ଦୌଡ଼ ଓ ସାଇକ୍ଲିଂ ପାଇଁ ମଧ୍ୟ ପରିଚିତ । ସେ ଏକାଧିକ ଥର ଟାଟା ମୁମ୍ୱାଇ ମାରାଥନ ସମେତ ଦୁବାଇ ଓ ନ୍ୟୁଦିଲ୍ଲୀ ମାରାଥନ୍ ସଫଳତାର ସହ ଶେଷ କରିଛନ୍ତି । ଦୀର୍ଘ ତିନି ଦଶନ୍ଧିରୁ ଅଧିକ ପୋଲିସ ସେବା, ଗୁଇନ୍ଦା ବିଭାଗରୁ କମିଶନରେଟ୍ ପୋଲିସ ଏବଂ ନକ୍ସଲ ବିରୋଧୀ ଅଭିଯାନ ପର୍ଯ୍ୟନ୍ତ ବିଭିନ୍ନ ଦାୟିତ୍ୱରେ କାର୍ଯ୍ୟ ପରେ ଏବେ President's Medal for Distinguished Service ତାଙ୍କ କ୍ୟାରିୟରରେ ଆଉ ଏକ ବଡ଼ ସ୍ୱୀକୃତି ଯୋଡ଼ିଛି । ନରସିଂହପୁର ମାଟିର ଗର୍ବ ପଣ୍ଡାଙ୍କ ଶିକ୍ଷାଗତ ପୃଷ୍ଠଭୂମି ମଧ୍ୟ ବେଶ୍ ଉଲ୍ଲେଖନୀୟ । ସେ ଆଇଆଇଟି ମାଡ୍ରାସରୁ Electronics & Telecommunicationରେ ଇଂଜିନିୟରିଂ ଏବଂ ଆଇଆଇଟି ଦିଲ୍ଲୀରୁ Electronics & Circuitsରେ ଏମ୍ -ଟେକ୍ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS