ଟ୍ରକ ଦୁର୍ଘଟଣା ଗ୍ରସ୍ତ ।
ବାଲିମେଳା,
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବାଲିମେଳା ରାସ୍ତାରେ ଟ୍ରକ ଦୁର୍ଘଟଣା ଅଳ୍ପକେ ବର୍ତିଲେ ଡ୍ରାଇଭର।ମିଳିଥିବା ସୂଚନା ଅନୁଯାୟୀ ମଧ୍ୟାନ ସମୟରେ ଏକ ଟ୍ରକ ଚିତ୍ରକୋଣ୍ଡା ପଟୁ ଟ୍ରକ ଓଡ଼ି ୧୯ ସି ୬୩୫୧ ବାଲିମେଳା ରାସ୍ତାର ନୂଆଗୁଡା ଗ୍ରାମ ନିକଟରେ ବୁଲାଣି ଠାରେ ଏକ ବ୍ରିଜ ତଳକୁ ଖସି ପଡ଼ିଥିଲା।ଖବର ପାଇଁ ଓର୍କେଲ ପୋଲିସ ପହଞ୍ଚି ଡ୍ରାଇଭର ଉଦ୍ଧାର କରିଥିଲେ ଏବଂ ସାଙ୍ଗେ ସାଙ୍ଗେ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ ମାତ୍ର ଡ୍ରାଇଭର ଜଣଙ୍କ କିଛି କହି ପାରିନଥିବାରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି।ଗାଡି କାହାର କୁଆଡ଼େ ଯାଉଥିଲା ବିଷୟରେ ପୋଲିସ ତଦନ୍ତ ଜାରୀ ରଖିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment