ଦୁର୍ବଳ ଭିତ୍ତିଭୂମି ଶୋଇଛି ଶକ୍ତି ବିଭାଗ,ଚିନ୍ତା ବଢ଼ାଉଛି ମୁକୁଳା ଟ୍ରାନ୍ସଫର୍ମର ।
ପରଜଙ୍ଗ, -: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ଗାଁରେ ମୁକୁଳା ଟ୍ରାନ୍ସଫର୍ମରକୁ ନେଇ ବଢ଼ିଛି ଅସନ୍ତୋଷ। ପଞ୍ଚାୟତ କାର୍ଯ୍ୟାଳୟ ଓ ବିଦ୍ୟାଳୟ ସମ୍ମୁଖରେ ରହିଛି ମୁକୁଳା ଟ୍ରାନ୍ସଫର୍ମର। ଏହା ପାଖରେ ଝୁଲୁଛି ବିଦ୍ୟୁତ୍ ତାର। ପ୍ରତିଦିନ ଏହି ରାସ୍ତାରେ ଛାତ୍ରଛାତ୍ରୀଙ୍କ ସମେତ ଶତାଧିକ ଗ୍ରାମବାସୀ ଯାତାୟାତ କରୁଛନ୍ତି। ବିଦ୍ୱତ ସଂସ୍ପର୍ଶ ରେ ଆସିଲେ କଣ ଯେ ଅବସ୍ଥା ହବ ସମସ୍ତେ ଜାଣିଛନ୍ତି l ଯେକୌଣସି ସମୟରେ ବଡ଼ ଅଘଟଣ ଘଟିବାର ଆଶଙ୍କା ରହିଛି। ଏନେଇ ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଜଣାଇଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ବିଦ୍ୟାଳୟ ସମ୍ମୁଖରେ ଏଭଳି ବିପଦପୂର୍ଣ୍ଣ ଅବସ୍ଥା ରେ ଥିବାରୁ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଏନେଇ କନ୍ଦରସିଂହା ସରପଞ୍ଚ ବିଜେନ୍ଦ୍ର ସାହୁ ମଧ୍ୟ ଅଭିଯୋଗ କରିଛନ୍ତି। ଟ୍ରାନ୍ସଫର୍ମର ଚାରିପଟେ ସୁରକ୍ଷା ବାଡ଼ ନିର୍ମାଣ ସହ ଝୁଲୁଥିବା ବିଦ୍ୟୁତ୍ ତାରକୁ ସୁରକ୍ଷିତ ଭାବେ ବ୍ୟବସ୍ତା କରିବା ପାଇଁ ବିଦ୍ୟୁତ୍ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ତେବେ ଦେଖିବାକୁ ବାକି ଗ୍ରାମବାସୀ ଓ ସରପଞ୍ଚଙ୍କ ଅଭିଯୋଗ ପରେ ବିଦ୍ୟୁତ୍ ବିଭାଗ କେବେ ନେଉଛି ପଦକ୍ଷେପ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment