BREAKING
Loading...
:

ଲାଞ୍ଜିଗଡସ୍ଥିତ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ ।

 ଲାଞ୍ଜିଗଡସ୍ଥିତ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ ।



(ଲାଞ୍ଜିଗଡ,)ଲାଞ୍ଜିଗଡସ୍ଥିତ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ପ୍ରାକୃତିକ ପରିବେଶ ମଧ୍ୟରେ  ଭାରତର ମହାନ ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ "ଜାତୀୟ କ୍ରୀଡା ଦିବସ" ରୂପେ ପାଳିତ ହୋଇଯାଇଛି l ଏହି ମହୋତ୍ସବର ମୁଖ୍ୟ ଅତିଥି ଭାବରେ ଡ଼ିଏଭିର ମହାନ ଶିକ୍ଷlବିତ ତଥା ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ମହାପାତ୍ର  ଓ ସମ୍ମାନିତ ଅତିଥି ରୂପେ ଲାଲା ଲାଜପତ ରାୟ ଡ଼ିଏଭି ଅଧ୍ୟକ୍ଷା ଶ୍ରୀମତୀ ନିହାରିକା ଗନ୍ତାୟତ ଓ  ଡ଼ିଏଭି ପବ୍ଲିକ ସ୍କୁଲ ବସୁନ୍ଧରାର ଅଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ପଟେଲ ଯୋଗ ଦେଇ ଉତ୍ସବ ଟିର ସମ୍ମାନ ବଢ଼ାଇ ଥିଲେ l ତେବେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମେଜର ଧ୍ୟାନଚାନ୍ଦ ଙ୍କ ପ୍ରତିମୂର୍ତ୍ତି ରେ ଦୀପ ପ୍ରଜ୍ଜ୍ୱଳନ  ଓ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ୱର ଭୁଜବଳ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଶାରୀରିକ ପରିଶ୍ରମ ସହ କ୍ରୀଡା କ୍ଷେତ୍ରରେ ନିଜର ପରିଦର୍ଶିତା ପ୍ରଦର୍ଶନ କରିବାକୁ ପ୍ରେରଣା ଦେଇଥିଲେ l ପୁଣି ସମ୍ମାନିତ ଅତିଥି ଶ୍ରୀମତୀ ଗନ୍ତାୟତ ମହୋଦୟl ବିଦ୍ୟାର୍ଥୀ ମାନଙ୍କୁ ଆଗ୍ରହ,  ଶୃଙ୍ଖଳା ଓ ଅଧ୍ୟବସାୟ ହେଉଛି ସଫଳତାର ମୂଳମନ୍ତ୍ର ବୋଲି ପ୍ରେରଣା ଦେଇଥିଲେ l ଏ ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ମିନି ମାରାଥନର ଆୟୋଜିତ ହୋଇଥିଲା l ଉକ୍ତ ଉତ୍ସବର ଆୟୋଜିକା ଥିଲେ ଶିକ୍ଷୟିତ୍ରୀ ଶିଳ୍ପୀ ଲାହା ଏବଂ ଉତ୍ସବଟିକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ମେହେର l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS