BREAKING
Loading...
:

ଆସ୍କା ସରକାରୀ ମେଡିକାଲ ରେ ନବଜାତ ଶିଶୁଙ୍କ ଟୀକା ଏବଂ ଜନ୍ମ ପ୍ରମାଣ ପତ୍ର ଦେବାପାଇଁ ମନା*।

 *ଆସ୍କା ସରକାରୀ ମେଡିକାଲ ରେ ନବଜାତ ଶିଶୁଙ୍କ ଟୀକା ଏବଂ ଜନ୍ମ ପ୍ରମାଣ ପତ୍ର ଦେବାପାଇଁ ମନା*।



ଆସ୍କା ସରକାରୀ ମେଡିକାଲ ରେ ଡାକ୍ତର ଙ୍କ ଅଭହେଳା ସହ ମେଡିକାଲ କର୍ମଚାରୀଙ୍କ ମନମାନି ଦେଖିବାକୁ ମିଳୁଛି। ଗର୍ଭବତୀ ମହିଳାଙ୍କୁ ଅସଦାଚରଣ କରିବା ସହ ଜନ୍ମାଗତ ଶିଶୁ ମାନଙ୍କୁ ଟୀକା ଏବଂ ଜନ୍ମ ପ୍ରମାଣ ପତ୍ର, ଶିଶୁ ମାନଙ୍କ ପାଇଁ ଆସୁଥିବା ବେବି କୀଟ୍ ନଦେଇ ଗୋଟାଇ ଦିନରେ ଘରକୁ ପଠାଯାଉଥିବା ଦେଖିବାକୁ ମିଳିଛି। ଜନ୍ମ ହୋଇଥିବା ଶିଶୁଙ୍କୁ BCG,Hepatitis B,Polio ଟୀକା ଦେବା ନିହାତି ଆବଶ୍ୟକ ରହିଥିବା ବେଳେ ଆସିକା ମେଡିକାଲ ରେ ଟୀକା ଅଦରକାରୀ ହୋଇଯାଇଛି। ନବଜାତ ଶିଶୁଙ୍କ ଜନ୍ମ ପ୍ରମାଣ ପତ୍ର ମାଗିଲେ ଏଠି ହେବନି କହି ଜନ ସେବାକେନ୍ଦ୍ରକୁ ପଠାଯାଉଛି। ସରକାର ସବୁ ସୁବିଧା ଯୋଗେଇଲେ ସୁଦ୍ଧା ଏଠିସବୁ ସୁବିଧା ରୁ ବଞ୍ଚିତ ରହୁଛନ୍ତି ଲୋକେ। ଏହି ଟୀକା ବାବଦରେ Dr ବେହେରାଙ୍କୁ ପଚାରି ବୁଝିଥିଲୁ ସେ ମଧ୍ୟ୍ୟ କହିଥିଲେ ଯେ ଟୀକା ପରେଦେଲେ ମଧ୍ୟ୍ୟ ହେବ ଡାକ୍ତର ପ୍ରତିକ୍ରିୟା ରଖିଥିଲେ। ରାତ୍ର ସମୟରେ  ମେଡିକାଲ ରେ କୌଣସି ଡାକ୍ତର ଙ୍କ ଦେଖା ନଥାଏ। ଏଥି ପ୍ରତି ସ୍ଥାନୀୟ ବିଧାୟକ ଏବଂ ସରକାର ଧ୍ୟାନଦିଅନ୍ତୁ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS