BREAKING
Loading...
:

କୂଅ ରେ ପଡିଲେ ମାଈ ହାତୀ ଓ ତାର ଛୁଆ

 କୂଅ ରେ ପଡିଲେ ମାଈ ହାତୀ ଓ ତାର ଛୁଆ ।



ବେଳପଡ଼ା,-ବଲାଙ୍ଗୀର ଜିଲ୍ଲା ବେଳପଡ଼ା ସୁଲେକେଲା ଗ୍ରାମ ପଞ୍ଚାୟତ ମୁରିବାହଲ ରଙ୍ଗ ଅଧୀନରେ ଯାଉଥିବା ଚନ୍ଦର ପୁର ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ଅନେକ ଦିନ ହାତୀ ପଲ ଆସି ଅନେକ ଗାଁ ମାନଙ୍କର ଚାଷ କୁ ନଷ୍ଟ କରିବା ସହ ଅନେକ ଲୋକଙ୍କ ଘରଦ୍ୱାର ମଧ୍ୟ ଭାଙ୍ଗିଦେଇଛି।କିନ୍ତୁ ଗତକାଲି ଚନ୍ଦରପୁର ଗାଁ କୁ  ରାତିରେ ଏକ ହାତୀ ପଲ ଆସିଥିଲେ। ଉକ୍ତ ଗ୍ରାମ ର ରାଜିନ୍ଦ୍ର ପୁଟେଲ ଙ୍କ  କୂଅରେ ପଡ଼ିଗଲେ ମାଁ ଓ ଛୁଆ ହାତୀ। ଘଟଣା ଘଟିଛି  ପ୍ରାୟ ରାତି ୧୧ଟାସମୟରେ। ସକାଳେ ଖବର ପାଇ ସ୍ଥାନୀୟ ଲୋକେ ବନ ବିଭାଗ କୁ ଖବର ଦେଇଥିଲେ।ଖବର ପାଇ ବନ ବିଭାଗ ପହଞ୍ଚି ଜେସିବି ସାହାଯ୍ୟରେ ଦୀର୍ଘ ୮ ଘଣ୍ଟା ପରେ ଉଭୟ ହାତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ହାତୀପଲ ଏହି ଅଞ୍ଚଳର କୁ ଅନେକ ମାସ ହେଲା ରହିଆସିଛି କିନ୍ତି ବନବିଭାଗ କାହିଁକି ଘଉଡ଼ାଇ ନାହିଁ। ଆଗକୁ କଣ ପଦକ୍ଷେପ ନେବ ମୁରିବାହାଲ ବନ ବିଭାଗ ଦେଖିବାକୁ ବାକି ରହିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS