*ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ କେଳେଙ୍କାରୀ ଅଭିଯୋଗ ଆସିଥିବା ଘରୋଇ ହସପିଟାଲଗୁଡ଼ିକ ବିରୋଧରେ ହେବ କଡ଼ା ଆକ୍ସନ। ଅନିୟମିତତା ଅଭିଯୋଗ ଆସିଥିବା ଭୁବନେଶ୍ବରର କିମ୍ସ ଓ ମଣିପାଲ୍ ହସପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।*
*ସେହିପରି ଯେଉଁ ସବୁ ଘରୋଇ ହସପିଟାଲ୍ ଓ ନର୍ସିଂହୋମ୍ ରୋଗୀଙ୍କୁ ହଇରାଣ ହରକତ କରିବେ ସେମାନଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମନ୍ତ୍ରୀ ସଫା ସଫା ଶୁଣେଇ ଦେଇଛନ୍ତି। କାର୍ଡରେ କ୍ୟାସଲେସ୍ ସେବା ବଦଳରେ ରୋଗୀଙ୍କଠାରୁ ଅତିରିକ୍ତ ଟଙ୍କା ଆଦାୟ, ଓପିଡି ରୋଗୀଙ୍କୁ ଆଇପିଡି ରୋଗୀ ଭାବେ ଦର୍ଶାଇ ଚଞ୍ଚକତା କରିବା ଭଳି ଏକାଧିକ ଅଭିଯୋଗ ଆସିଥିଲା ଘରୋଇ ହସପିଟାଲ୍ ବିରୋଧରେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment