BREAKING
Loading...
:

ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ, ବ୍ୟାନ୍ ନେଇ ସରକାରୀ ବିଜ୍ଞପ୍ତି କାଏମ ରଖିଲେ ହାଇକୋର୍ଟ

 ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ, ବ୍ୟାନ୍ ନେଇ ସରକାରୀ ବିଜ୍ଞପ୍ତି କାଏମ ରଖିଲେ ହାଇକୋର୍ଟ



ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ । ଗୁଟଖା ବ୍ୟବସାୟ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଗତ ଜାନୁଆରୀ ୨୧ ତାରିଖରେ ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଥିଲେ, ତାକୁ କାଏମ ରଖିଛନ୍ତି ହାଇକୋର୍ଟ । ସରକାରୀ ବିଜ୍ଞପ୍ତି ବିରୋଧରେ ଦାୟର ମାମଲା ଗୁଡ଼ିକୁ ହାଇକୋର୍ଟ ଖାରଜ କରିଛନ୍ତି । ଏଥି ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ହୋଇଥିଲା, ତାହା ଆଇନ ସମ୍ମତ ବୋଲି ହାଇକୋର୍ଟ କହିଛନ୍ତି ।


ଜାନୁଆରୀ ୨୧ରେ ପ୍ରକାଶିତ ସରକାରୀ ବିଜ୍ଞପ୍ତି ମୁତାବକ ଜାରି ଟବାକୋ'କୁ ଖାଦ୍ୟ ପରିସରଭୁକ୍ତ କରାଯାଇଛି । କିନ୍ତୁ ଚିୱିଙ୍ଗ୍ ଟବାକୋ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ ପରିସର ଭିତରେ ଆସୁନାହିଁ । ଏହା କୋଟପା ଭିତରେ ଆସୁଛି ଓ ଏହା କେନ୍ଦ୍ରୀୟ ଆଇନ ଦ୍ବାରା ପରିଚାଳିତ । ରାଜ୍ୟ ସରକାର ଏହି ଚିୱିଙ୍ଗ୍ ଟବାକୋକୁ ଫୁଡ୍ ସେଫ୍ଟି ଏବଂ ଷ୍ଟାଣ୍ଡାର୍ଡ ଆଇନ ଆଧାରରେ ଖାଦ୍ୟ ବୋଲି ଦର୍ଶାଇଛନ୍ତି ।


ତେଣୁ ଏହି ଚିୱିଙ୍ଗ୍ ଟବାକୋ ଖାଦ୍ୟ ଉତ୍ପାଦ ମଧ୍ଯରେ ଆସୁ ନ ଥିବାରୁ ଏହି ବିଜ୍ଞପ୍ତିକୁ ରଦ୍ଦ ପାଇଁ ଆବେଦନକାରୀ ମାମଲାରେ ଦର୍ଶାଇଥିଲେ । ମାମଲାର ପ୍ରାରମ୍ଭିକ ଶୁଣାଣି କରି ସରକାରୀ ବିଜ୍ଞପ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରୀ କରିଥିଲେ । କିନ୍ତୁ ଚୂଡାନ୍ତ ରାୟ ପ୍ରକାଶ ପାଇବା ପରେ ଜଣାପଡିଛି କି, ସମସ୍ତ ଆବେଦନ ଖାରଜ ହୋଇଛି । ରାଜ୍ୟରେ ଗୁଟଖା ନିଷିଦ୍ଧ ବାବଦୀୟ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତି କାଏମ ରହିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS