BREAKING
Loading...
:

ଗଂଜାମ ଜିଲ୍ଲା ଓଡ଼ିଶା ପ୍ରଦେଶ ଶେରଗଡ଼ ଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଦୁର୍ଭାଗ୍ୟ ଘଟଣା ।

 



ଗଂଜାମ ଜିଲ୍ଲା ଓଡ଼ିଶା ପ୍ରଦେଶ 

ଶେରଗଡ଼ ଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଦୁର୍ଭାଗ୍ୟ ଘଟଣା ।

ଶେରଗଡ଼ ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଟି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ରେ ଅବସ୍ଥିତ। ଏହି ନିର୍ବାଚନ ମଣ୍ଡଳୀ ର AML ହୋଉଛତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଏବଂ ବର୍ତ୍ତମାନ ର ବିରୋଧୀ ଦଳ ର ନେତା। ହେଲେ ଶେରଗଡ଼ ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅବସ୍ଥା କେବେ ମଧ୍ୟ ଦୁଷ୍ଟି ଆକର୍ଷଣ କରିନଥିଲେ। ଏଥିପାଇଁ ଏଠାର ଜନସାଧାରଣ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଭରସା କରୁଥିଲେ।କାରଣ ଏହି ନିର୍ବାଚନ ମଣ୍ଡଳୀ ର ବିଧାୟକ ଜଣେ ପାୱାର ଫୁଲ ନେତା ରମେଶ ଜେନା। ସେଥିପାଇଁ ସେଠାର  ସ୍ବାସ୍ଥ୍ୟ ସେବା ଠିକ୍ ରେ ଚାଲେ।

ଗତ ଅଳ୍ପ ଦିନ ତଳେ ଶେରଗଡ଼ ଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଫେମିଲି ପ୍ଲାନ୍ ଅପରେସନ 70ଜଣ ମହିଳା ମାନଙ୍କୁ ଅପରେସନ କରି ବେଡ୍ ନ ଦେଇ ଆନୁମାନଶିକ ଭାବରେ ତଳେ ଚଟାଣରେ ଅପରେସନ କରି ପକାଦେଇଥିଲେ।ଏହି ବିଷୟରେ CDmo ମହାସୟଙ୍କୁ ଜଣାଇବା ପରେ ମଧ୍ୟ କୋୖଣସି କାର୍ଯ୍ୟାନୁଷ୍ଟା ନିଆଗଲା ନାହଁ। ଏବଂ ସେହି ମହିଳା ମାନଙ୍କ ଠାରୁ ବାହାରୁ ମେଡିସିନ ନିର୍ଦିଷ୍ଟ ଦୋକାନ ରୁ ପ୍ରାୟ 4000ଟକା ର ମେଡିସିନ କିଣିବାପାଇଁ ବାଧ୍ୟ କରାଇଥିଲେ। ଏହି ବିଷୟରେ ମଧ୍ୟ CDmo(ଜିଲାମୁଖ୍ୟଙ୍କୁ) ଅବଗତ କରାଯାଇଥିଲା।ସେ କହିଛନ୍ତି ମୁ ଏହୀ ବିଷୟରେ କଲେକ୍ଟର କୁ ଜଣାଇଛି।ହେଲେ ଆଜି ସୁଦ୍ଧା କୋୖଣସି କାର୍ଯ୍ୟାନୁଷ୍ଟା ନିଆଗଲା ନାହଁ। କାରଣ ଏହି ମେଡିକାଲ କଣ ଚାଲିଛି କିଛି ବୁଝା ପଡୁନି।

ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ 56ଜଣ ଷ୍ଟାଫ୍ ଥାଇ ମେଡିକାଲ ର ସ୍ୱଚ୍ଛ ପରିବେଶ ନେଇ ଜନସାଧାରଣ କର ଚର୍ଚ୍ଚା ହେଉଛି 

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ ଏହି ବିଷୟରେ ଦୁଷ୍ଟି ଆକର୍ଷଣ କରନ୍ତୁ।ଏଠାର ଜନସାଧାରଣଙ୍କ ସ୍ବାସ୍ଥ୍ୟ ସେବା ଠିକ୍ ରେ ମିଳିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS