BREAKING
Loading...
:

ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି ।

 ଜାତୀୟ କ୍ରୀଡା ଦିବସ ଅବସରରେ 

କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି ।



ଭୁବନେଶ୍ୱର, :-କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ତଥା ଜାତୀୟ କ୍ରିଡା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସ ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କୃତୀ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଓଡ଼ିଶା ପୋଲିସର ଏହି କ୍ରୀଡ଼ାବିତମାନେ ଜାତୀୟ ସ୍ତରର କାୟାକିଂ ଓ କାନୋଇଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟ ତଥା ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି।


ଡିଜିପି ଶ୍ରୀ ମିଶ୍ର କ୍ରୀଡ଼ାବିତମାନଙ୍କ ନିଷ୍ଠା, ପରିଶ୍ରମ ଓ ଉତ୍କର୍ଷର ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପୋଲିସର ସୁନାମ ବଢ଼ାଇବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ।


ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୮ରୁ ୯ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ହୋଇଥିବା ହୋଇଥିବା ASMITA ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ ୨୦୨୬ ରେ ଓଡ଼ିଶା ପୋଲିସ କ୍ରୀଡ଼ାବିତମାନେ ବିଭିନ୍ନ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧ଟି ବ୍ରୋଞ୍ଜ ସହ ମୋଟ ୮ଟି ପଦକ  ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।


ପ୍ରତିଯୋଗିତାରେ WC/1366 ରଶ୍ମିତା ସାହୁ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ ସିଙ୍ଗଲ୍ ୧୦୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୫୦୦ ମିଟର ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ ।


ସେହିପରି WC/349 ସଚିମା କେରକେଟା ମଧ୍ୟ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ-୪ର ୨୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୫୦୦ ମିଟର ଓ ୧୦୦୦ ମିଟରରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ ।


ଅନ୍ୟପକ୍ଷରେ WC/322 ଫୁଲମଣି ଖାଖା କାୟାକିଂ-୨ ୨୦୦ ମିଟରରେ ରୌପ୍ୟ ଏବଂ ସିଙ୍ଗଲ୍ ୧୦୦୦ ମିଟରରେ ବ୍ରୋଞ୍ଜ ପଦକ ହାସଲ କରି ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି। 


ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ  ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଓଡିଶା ପୋଲିସର କ୍ରୀଡା ଅଧିକାରୀ ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS