BREAKING
Loading...
:

ଶିକ୍ଷାର ବିକାଶ ପାଇଁ ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ




 ଶିକ୍ଷାର ବିକାଶ ପାଇଁ ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ,ନୂଆଗାଁ ରେ  ବ୍ଲକ୍ ଶିକ୍ଷା ଅଧିକାରୀ ଡ. ଗିରିଜା ଶଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପାର, ସି ଟି ଏସ୍, ଉଲ୍ଲାସ,ଏମ ଡି ଏମ ଆଦି ଉପରେ ବିସ୍ତୃତ ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଆଲୋଚନା କରିଥିଲେ। ଅପାର ଆଇଡ୍ ରେ ଶତ ପ୍ରତିଶତ ସଫଳ ଅର୍ଜନ କରିଥିବା ପ୍ରଧାନଶିକ୍ଷକ ଗତିକୃଷ୍ଣ ପ୍ରଧାନ, ସୂର୍ଯ୍ୟମଣି ପଣ୍ଡା, ପୂର୍ଣ୍ଣଚନ୍ଦ୍ର  ମଲ୍ଲିକ,ଦିଲ୍ଲୀପ କୁମାର ମଲ୍ଲିକ,ସୁଧୀର କୁମାର ପ୍ରଧାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ବ୍ଲକ୍ ଶିକ୍ଷା ଅଧିକାରୀ ଡ. ଗିରିଜା ଶଙ୍କର ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ।ଏହି ବୈଠକ ରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ରଘୁନାଥ ମଲ୍ଲିକ, ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭୀମସେନ ସାହୁ, ସମସ୍ତ ସି ଆର ସି ସି,ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ମଣିଭଦ୍ରା ଖବର, ନୂଆଗାଁ 

Post a Comment

Previous Post Next Post
Header ADS