BREAKING
Loading...
:

ରାଜ୍ୟ କ୍ୟାବିନେଟ ବୈଠକ ଶେଷ, କେଜିରୁ ପିଜି ମାଗଣା ଶିକ୍ଷା: ମୁଖ୍ୟମନ୍ତ୍ରୀ

 ରାଜ୍ୟ କ୍ୟାବିନେଟ ବୈଠକ ଶେଷ, କେଜିରୁ ପିଜି ମାଗଣା ଶିକ୍ଷା: ମୁଖ୍ୟମନ୍ତ୍ରୀ



ରାଜ୍ୟ ସରକାର  ଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ତଥା ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟର ୪୩ତମ ବୈଠକରେ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଛି ।


ତେବେ ଏହା ମଧ୍ୟରୁ ସବୁଠାରୁ ବଡ଼ ନିଷ୍ପତ୍ତି ହେଉଛି “ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି” ଯୋଜନାର ଅନୁମୋଦନ।


ବୈଠକ ପରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଏହି ଯୋଜନା ମାଧ୍ୟମରେ ରାଜ୍ୟର କେ.ଜି (KG) ରୁ ପି.ଜି (PG) ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ପ୍ରଦାନ କରାଯିବ।


ସମ୍ପୂର୍ଣ୍ଣ ଫି’ ଛାଡ଼: ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ (Aided) ଅନୁଷ୍ଠାନଗୁଡ଼ିକରେ ପଢୁଥିବା ନିୟମିତ (Regular) ଛାତ୍ରଛାତ୍ରୀଙ୍କ ନାମଲେଖା ଫି' ସମ୍ପୂର୍ଣ୍ଣ ଛାଡ଼ କରାଯିବ।


କେବେଠାରୁ ଲାଗୁ? : ଏହି ଯୋଜନା ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ରୁ ହିଁ କାର୍ଯ୍ୟକାରୀ ହେବ।


କିଏ ପାଇବେ ସୁବିଧା? : ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ପିଲା, ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ନିୟମିତ ସ୍ନାତକ (Graduation) ଏବଂ ସ୍ନାତକୋତ୍ତର (PG) କରୁଥିବା ଛାତ୍ରଛାତ୍ରୀ ଏହାର ସିଧାସଳଖ ଲାଭ ପାଇବେ। (ସୂଚନାଯୋଗ୍ୟ ଯେ, ଓଡ଼ିଶାରେ କେଜିରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷା ପୂର୍ବରୁ ହିଁ ମାଗଣା ରହିଛି। 


ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଯୋଜନା କେବଳ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନ ପାଇଁ ଲାଗୁ ହେବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS