BREAKING
Loading...
:

ଗଛ କାଟି ମନମୁଖୀ କାର୍ଯ୍ୟକଳାପ ଅଭିଯୋଗ ରେ ଟିଟିଲାଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ଙ୍କ ନାଁ ରେ ଏତଲା*।

 *ଗଛ କାଟି ମନମୁଖୀ କାର୍ଯ୍ୟକଳାପ ଅଭିଯୋଗ ରେ ଟିଟିଲାଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ଙ୍କ ନାଁ ରେ ଏତଲା*।






ବଲାଙ୍ଗିର/ଟିଟିଲାଗଡ, *ଟିଟିଲାଗଡ ଥାନା ଅନ୍ତର୍ଗତ ମନୀଗାଁ ପଞ୍ଚାୟତ ଅଧିନସ୍ଥ ନାନାଝର ଗ୍ରାମ ରେ ସରକାରୀ ପ୍ରକ୍ରିୟା କ୍ରମେ ବିନା* *ଦସ୍ତାବିଜ୍ ରେ  ମୂଲ୍ୟବାନ ବୃକ୍ଷ ମାନ କାଟିବା ନେଇ ଗ୍ରାମ ବାସୀ ତୀବ୍ର ବିରୋଧ କରିବା ସହ ଥାନା ରେ ତାଙ୍କ ନାଁ* *ରେ ଏତଲା ଦେଇଥିବା ଜଣା ଯାଇଛି । ପ୍ରକାଶ ଯେ, ଗୋଶାଳା ନିର୍ମାଣ ପାଇଁ ଜାଗା ଆବଶ୍ୟକ ଥିବା ଦର୍ଶାଇ ଜେସିପି ଲଗେଇ* *ମୂଲ୍ୟବାନ ବୃକ୍ଷ କାଟିବା ଜିଦ୍ ଧରିଥିଲେ* । *ଅପର ପକ୍ଷରେ ଅନ୍ୟ ପଡ଼ିଆ ଥିବା ସ୍ଥାନ ନିର୍ଦ୍ଧାରଣ କରି ଉକ୍ତ ଗୋଶାଳା ନିର୍ମାଣ କରିବା ଉଚିତ* । *ପୋଲିସ ପ୍ରଶାସନିକ ଅଧିକାରୀ ଙ୍କ ଉପସ୍ଥିତି ରେ କାଟିବା କୁ ଉଭୟ ପକ୍ଷ ରେ ବେଶ୍ ବାଦ ବିବାଦ ଉପୁଜି ଥିଲା* । 

*ପୌର ପରିଷଦ ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ବିନା ସରକାରୀ ଆବଶ୍ୟକୀୟ କାଗଜପତ୍ର ରେ ଯାଇ ବେଆଇନ ଭାବେ ଗଛ କାଟିବା ନେଇ ଲିଖିତ ଏତଲା ଗ୍ରାମବାସୀ ଦେଇଛନ୍ତି* ।  *ବୃକ୍ଷ ରୋପଣ କୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ଅନ୍ୟ ସ୍ଥାନ ଚିହ୍ନଟ କରିବା ଉଚିତ୍ ବୋଲି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି* । *ଗୋଶାଳା ନିର୍ମାଣ ଓ ବୃକ୍ଷ କାଟ ରେ ପୌର ପରିଷଦ ନିର୍ବାହୀ ଅଧିକାରୀ ତଥା ଅନ୍ୟ କିଛି ଅଧିକାରୀ ଙ୍କ ସ୍ୱାର୍ଥ ରହିଥିବା* *ଓ ଏଥି ପାଇଁ ଟଙ୍କା କାରବାର ହୋଇଥିବା ଭଳି ଚର୍ଚ୍ଚା ଜୋର ଧରିଛି* । *ଗ୍ରାମବାସୀ ଉକ୍ତ ସ୍ଥାନରେ ଵୃକ୍ଷ  ରୋପଣ କରି  ଉନ୍ନତ ମାନର ଜଙ୍ଗଲ ସୃଷ୍ଟି କରିବା ପାଇଁ ଦାବି କରିଛନ୍ତି* ।



  *ପୌର ପରିଷଦ ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ସେଠାରେ ଗୋଶାଳା ତିଆରି କରିବା ପାଇଁ ଠିକାଦାର ବାବୁ ଙ୍କ ସହ ସଲା ସୁତୁରା ନୀତି କରି ଅର୍ଥ କାରବାର କରିଥିବା ଭଳି ଗୁରୁତର ଅଭିଯୋଗ ହୋଇଛି*।


*ଟିଟିଲାଗଡ  ଉପଜିଲ୍ଲାପାଳ ଅବା ତହସିଲଦାର ଏ ନେଇ କୌଣସି ସ୍ଥାନ ନିର୍ଦ୍ଧାରଣ କରି ନ ଥିବା ବେଳେ ଏହା ସମ୍ପୂର୍ଣ୍ଣ ବେଆଇନ ବୋଲି ତୀବ୍ର ଉତ୍ତେଜନା ପ୍ରକାଶ ପାଇ ଥିଲା*  । *ଏ ନେଇ ଥାନା ରେ ନିର୍ବାହୀ ଅଧିକାରୀ ଶ୍ରୀ ଶତପଥୀ ଓ ଠିକାଦାର ଟୁନୁ ଅଗ୍ରୱାଲ ଙ୍କ ନାଁ ରେ ଲିଖିତ ଏତଲା ଦିଆ ଯାଇଛି*। 


*ଏହି ଘଟଣା କୁ ଗୁରୁତର ସହ ନେଇ ପ୍ରଶାସନ ପକ୍ଷରୁ ସବିଶେଷ ତଦନ୍ତ ସହ ତୁରନ୍ତ ଉପଯୁକ୍ତ  ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି,*।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS