BREAKING
Loading...
:

ପୀତାମ୍ବର ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ଼! ପୂର୍ବତନ ବିଧାୟକ ଓ ମେୟରଙ୍କ ସମେତ ୧୪ ଅଭିଯୁକ୍ତଙ୍କ ଉପରୁ ହଟିଲା ହତ୍ୟା ଦଫା*


 *ପୀତାମ୍ବର ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ଼! ପୂର୍ବତନ ବିଧାୟକ ଓ ମେୟରଙ୍କ ସମେତ ୧୪ ଅଭିଯୁକ୍ତଙ୍କ ଉପରୁ ହଟିଲା ହତ୍ୟା ଦଫା*

ବ୍ରହ୍ମପୁରର ବହୁଚର୍ଚ୍ଚିତ ଆଇନଜୀବୀ ପୀତାମ୍ବର ପଣ୍ଡା ହତ୍ୟା ମାମଲାରେ ଏକ ବଡ଼ ମୋଡ଼ ସାମ୍ନାକୁ ଆସିଛି। ପୋଲିସ କୋର୍ଟରେ ଦାଖଲ କରିଥିବା ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ (ଅତିରିକ୍ତ ଦୋଷାରୋପ ପତ୍ର)ରେ ୧୪ ଜଣ ଅଭିଯୁକ୍ତଙ୍କ ଉପରୁ ହତ୍ୟା ଅଭିଯୋଗକୁ ହଟାଇ ଦେଇଛି।

ବ୍ରହ୍ମପୁରର ବହୁଚର୍ଚ୍ଚିତ ଆଇନଜୀବୀ ପୀତାମ୍ବର ପଣ୍ଡା ହତ୍ୟା ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୋଲିସ କୋର୍ଟରେ ଦାଖଲ କରିଥିବା ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ (ଅତିରିକ୍ତ ଦୋଷାରୋପ ପତ୍ର)ରେ ୧୪ ଜଣ ଅଭିଯୁକ୍ତଙ୍କ ଉପରୁ ହତ୍ୟା ଅଭିଯୋଗକୁ ହଟାଇ ଦେଇଛି। ଏହି ମାମଲାର ଜେରା ଓ ତଦନ୍ତକୁ ଆଗକୁ ବଢ଼ାଇ ପୋଲିସ କୋର୍ଟରେ ୨୭ ଜଣ ନୂଆ ସାକ୍ଷୀଙ୍କ ବୟାନ ଏବଂ ପୂର୍ବ ସାକ୍ଷୀମାନଙ୍କର ଅଧିକ ବିବରଣୀ ଦାଖଲ କରିଛି। ଏହି ନୂଆ ଚାର୍ଜସିଟ୍ ଅନୁଯାୟୀ, ପୂର୍ବରୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଉପରୁ ଭାରତୀୟ ନ୍ୟାୟ ସଂହିତା (BNS) ର ଦଫା ୧୦୩ ଅଧୀନରେ ଲାଗିଥିବା ହତ୍ୟା ମାମଲାକୁ ପ୍ରତ୍ୟାହାର କରାଯାଇଛି।


ବିକ୍ରମ ପଣ୍ଡାଙ୍କ ବ୍ୟତୀତ ପୂର୍ବତନ ମେୟର ଶିବ ଶଙ୍କର ଦାସ, କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳେଇ, ସୀମାଞ୍ଚଳ ନାୟକ, ବିପିନ ସ୍ୱାଇଁ, ଯୋଗେନ୍ଦ୍ର ରାଉତ, କାଳୁଚରଣ ବେହେରା, ରାଜେନ୍ଦ୍ର ସାହୁ, ଶିଶୁପାଳ କୁମାର ପାସୱାନ, କୁନ୍ଦନ ପାସୱାନ, ଶୂନ୍ୟ ଚନ୍ଦ୍ର ଦାସ, ସୁନୀଲ ହୋତା ଏବଂ ଉମା ବିଷୋୟୀଙ୍କ ସମେତ ଅନ୍ୟ ୧୩ ଜଣଙ୍କ ଉପରୁ ମଧ୍ୟ ହତ୍ୟା ଅଭିଯୋଗ ହଟାଇ ଦିଆଯାଇଛି। ପୂର୍ବରୁ ପୋଲିସ ପ୍ରଥମ ଚାର୍ଜସିଟ୍‌ରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଦଫା ଲଗାଇଥିଲା। କିନ୍ତୁ ଅଧିକ ତଦନ୍ତ ପରେ ପୋଲିସ ଦ୍ୱିତୀୟ ଚାର୍ଜସିଟ୍‌ରେ ଏହି ୧୪ ଜଣଙ୍କ ନାମକୁ ହତ୍ୟା ମାମଲାରୁ ବାଦ୍ ଦେଇଛ

ତେବେ ଓକିଲ ପୀତାମ୍ବର ପଣ୍ଡାଙ୍କୁ ଗୁଳି କରି ମାରିଥିବା ଦୁଇ ସୁଟର- କୁରୁପାଟି ଭୂୟାଁ ଏବଂ ଚିଷ୍ଣା ପ୍ରଧାନଙ୍କ ବିରୋଧରେ ହତ୍ୟା ଦଫା ପୂର୍ବପରି ବଳବତ୍ତର ରହିଛି। ଏହା ସହିତ ହତ୍ୟା ଦଫାରୁ ମୁକ୍ତ ହୋଇଥିବା ପୂର୍ବତନ ବିଧାୟକ ଓ ମେୟରଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୧୧ ଅନୁଯାୟୀ ସଂଗଠିତ ଅପରାଧ (Organised Crime) ମାମଲା ଜାରି ରହିବ। ଅଭିଯୁକ୍ତଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ଯେ ପୋଲିସ ତଦନ୍ତ ଆଧାରରେ ୧୪ ଜଣଙ୍କ ଉପରୁ ହତ୍ୟା ଦଫା ହଟାଇଛି ଏବଂ ଏହି ମାମଲା ଏବେ କୋର୍ଟରେ ବିଚାରଧୀନ ଅଛି। ଅନ୍ୟ ଜଣେ ପ୍ରତିପକ୍ଷ ଓକିଲ କହିଛନ୍ତି ଯେ ହତ୍ୟା ମାମଲା ହଟିଥିଲେ ମଧ୍ୟ ସଂଗଠିତ ଅପରାଧ ଦଫା ଲାଗିଥିବାରୁ ଏଥିରେ ମଧ୍ୟ ହତ୍ୟା ଭଳି କଠୋର ଦଣ୍ଡର ପ୍ରାବଧାନ ରହିଛି।



ଅନ୍ୟପଟେ, ପୋଲିସ କୋର୍ଟରେ ଏକ ପେନ୍ ଡ୍ରାଇଭ୍ ଦାଖଲ କରିଛି, ଯେଉଁଥିରେ ବିକ୍ରମ ପଣ୍ଡାଙ୍କ ସହ ଜଡ଼ିତ କିଛି ଆପତ୍ତିଜନକ ଫଟୋ ରହିଥିବା କୁହାଯାଉଛି। କିନ୍ତୁ ଅଭିଯୁକ୍ତଙ୍କ ପକ୍ଷରୁ ଅଭିଯୋଗ ହୋଇଛି ଯେ ସେମାନଙ୍କୁ ଏହି ଡିଜିଟାଲ୍ ପ୍ରମାଣର ନକଲ (Copy) ଦିଆଯାଇ ନାହିଁ। ନୂଆ ଚାର୍ଜସିଟ୍‌ରେ ଦୁଇଜଣ ସାକ୍ଷୀଙ୍କ ବୟାନକୁ ମଧ୍ୟ ସାମିଲ କରାଯାଇଛି, ଯେଉଁମାନେ ପୋଲିସକୁ କହିଛନ୍ତି ଯେ ଗତବର୍ଷ ଗୋସାଇଁ ନୂଆଗାଁର କାଳୁଆ ଯାତ୍ରା ସମୟରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ (ପିଣ୍ଡୁ ଦାସ), କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳେଇ ଏବଂ ଶୂନ୍ୟ ଚନ୍ଦ୍ର ଦାସ ଏକାଠି ଭେଟ ହୋଇଥିଲେ। ସେହି ସଭାରେ ସେମାନେ ଆଇନଜୀବୀ ପୀତାମ୍ବର ପଣ୍ଡାଙ୍କୁ ହତ୍ୟା କରିବା ସମ୍ପର୍କରେ ଆଲୋଚନା କରିଥିଲେ ବୋଲି ସାକ୍ଷୀମାନେ ବୟାନ ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS