BREAKING
Loading...
:

ସଇଁନ୍ତଲା ଲାନ୍ଥ ନଦୀରେ ହଠାତ୍ ମାଡ଼ି ଆସିଲା ବଢ଼ି ପାଣି

 



ବଲଙ୍ଗିର, ସଇଁନ୍ତଲା ଲାନ୍ଥ ନଦୀରେ ହଠାତ୍ ମାଡ଼ି ଆସିଲା ବଢ଼ି ପାଣି । ଯାହାର ଦୃଶ୍ୟ ଏବେ ମୋବାଇଲ ରୁ ମୋବାଇଲ୍ କୁ ଭାଇରାଲ ହେବାକୁ ଲାଗୁଛି । ବଲାଙ୍ଗିର ଜିଲ୍ଲାରେ ଲଘୁଚାପ ପ୍ରଭରେ ଜୋର୍ ସୋର୍ ବର୍ଷା ଲାଗି ରହିଛି । ଏଥିପାଇଁ ହଠାତ୍ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଦେଇ ଯାଇଥିବା କାନ୍ଥ ନଦୀରେ ବଢ଼ି ପାଣି ଆସିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ନଦୀ ମଝିରେ ପାଖାପାଖି ୨୫ ରୁ ଅଧିକ ଗାଈଗୋରୁ ଫସି ରହିଥିବା ଦେଖିବାକୁ ମିଳିଛି । ଜଣେ ଯୁବକ ଏହାକୁ କଏଦ କରି ସୋସିଆଲ ମିଡ଼ିଆରେ ଛାଡ଼ି ଥିବା ବେଳେ ଏବେ ଜୋର ସୋର ଭାବରେ ଭାଇରାଲ ହେବାରେ ଲାଗିଛି। ତେବେ ପ୍ରଶାସନ ତୁରନ୍ତ ଗାଈଗୋରୁଙ୍କୁ ଉଦ୍ଧାର କରିବା ପାଇଁ ଦାବି ହେଉଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS