BREAKING
Loading...
:

ଶିକ୍ଷାକେନ୍ଦ୍ରର ୩୭ ତମ ପ୍ରତିଷ୍ଠା ଦିବସ ପାଳିତ

 ଶିକ୍ଷାକେନ୍ଦ୍ରର ୩୭ ତମ ପ୍ରତିଷ୍ଠା ଦିବସ ପାଳିତ 


ଗଣିଆ ୦୬/୦୭(ମଣିଭଦ୍ରା ଖବର) ଗଣିଆରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୭ ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭାପତି ଆନନ୍ଦ ଚନ୍ଦ୍ର ବେହେରା, ସମ୍ପାଦକ ଗୋକୁଳାନନ୍ଦ ଜେନା, ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ପୃଷ୍ଟି,ସ୍ବରୂପା ପଟ୍ଟନାୟକ,ନନ୍ଦିନୀ ଗୁରୁ,ଗଣେଷ ମହାନ୍ତି,ସ୍ବପ୍ନାଦୀପା ମହାରଣା, ବିଚିତ୍ର ମହାକୁଡ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାପତି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଗଣିଆର ସର୍ବ ପୁରାତନ ବେସରକାରୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଏଠାରେ ଅନେକ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରି ବଡ଼ ବଡ଼ ଚାକିରୀରେ ଅବସ୍ଥାପିତ ଅଛନ୍ତି । ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳା ସହିତ ପାଠପଢାକୁ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ସଭାପତି ପ୍ରକାଶ କରିଥିଲେ । ପ୍ରତିଷ୍ଠା ଉତ୍ସବ ଅବସରରେ ଛାତ୍ର ଛାତ୍ରୀ ମାନେ ସମାଧୀ ପୀଠରେ ସମବେତ ଧ୍ୟାନ କରିଥିଲେ । ବିଦ୍ୟାଳୟ ପରିସରରେ କେକ୍ କାଟି ଉତ୍ସବ ପାଳନ କରାଯାଇଥିଲା । ଏହାକୁ ଆହୁରି ସରସ ସୁନ୍ଦର କରିବାକୁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ମମି ମହାରଣା, ସଂଯୁକ୍ତା ମହାପାତ୍ର,ମାମି ମହାରଣା ପ୍ରମୁଖ ସହଯୋଗ କରିଥିଲେ ।




ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS