BREAKING
Loading...
:

ଫତେଗଡ଼ ଥାନାରେ ଆମ ପୋଲିସ ସମିତି ବୈଠକ



 ଫତେଗଡ଼ ଥାନାରେ ଆମ ପୋଲିସ ସମିତି ବୈଠକ 

ଭାପୁର, ୧/୭ (ବିଭୂତି ମହାପାତ୍ର) ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦେଶକ୍ରମେ ମଙ୍ଗଳବାର ଦିନ ଫତେଗଡ଼ ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଅଜୟ ସାହୁଙ୍କ ପରିଚାଳନା ଓ ତତ୍ୱାବଧାନରେ ଖଣ୍ଡପଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ କୁମାର ସାହୁ ଯୋଗଦେଇ ଜନସାଧାରଣ ଓ ପୋଲିସ ସହିତ ସମ୍ପର୍କକୁ ନେଇ ବିଭିନ୍ନ ଉଦାହରଣ ଦେଇ ସୁଦୃଢ କରିବାକୁ କହିଥିଲେ । ବିଶେଷକରି ସାଇବର କ୍ରାଇମ ଓ ଅବାଧ ମାଦକ ଦ୍ରବ୍ୟ ବ୍ୟବହାର ଯୁବପିଢ଼ି ଅଧାପତନକୁ ନେଇ ଏହାର ମୂଳ ଉତ୍ପାଡନ ନିମନ୍ତେ ସାଧାରଣ ଜନତାଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ । ଏଥିସହିତ ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଉପରେ ଆଲୋଚନା କରାଯାଇଥିଲା ।  ବୈଠକରେ ଭାପୁର ବିଟ ହାଉସ ଅଧିକାରୀ ସୁଶାନ୍ତ ବେହେରା ଉପସ୍ଥିତ ଥିବା ବେଳେ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ମଣିଭଦ୍ରା ଖବର, ଭାପୁର 

Post a Comment

Previous Post Next Post
Header ADS