ପରଦା ଆଢୁଆଳରେ ପରିସ୍ରା ପାତ୍ର ।
ହିଞ୍ଜିଳିକାତ୍ତୂ ଲୋକଙ୍କ ସରକାର ୨ବର୍ଷ ପୁର୍ତ୍ତି ହେଲା ।ଏନେଇ ସରକାରଙ୍କ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ହୋଇଗଲା । ରାଜ୍ୟବ୍ୟାପି ସହରାଞ୍ଚଳରେ ଜନସମ୍ପର୍କ ଓ ନାଗରିକ ଭାଗୀଦାରୀ କାର୍ଯକ୍ରମ ମଧ୍ୟ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।ଏନେଇ ହିଞ୍ଜିଳିକାଟୁ ଅଞ୍ଚଳର ୧ ନମ୍ବର ଓ୍ବାର୍ଡ ଠାରୁ ୨୧ ନମ୍ବର ୱାର୍ଡ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା କଲ୍ୟାଣ ମଣ୍ଡପ ଠାରେ ଲୋକଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମ । ଏଥିରେ ସରକାରଙ୍କ ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନା ସମ୍ପର୍କରେ କେବଳ ଲୋକଙ୍କୁ ମଧ୍ୟ ଅବଗତ କରାଯାଇଥିଲା । କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା ଟିକିଏ ସମ୍ପୂର୍ଣ୍ଣ ଭିନ୍ନ ରହିଛି ସ୍ବଚ୍ଛତା ଉପରେ । ଏହା ଯେ ଯେଉଁ ଜନତା ଶୌଚାଳୟଟି କାର୍ଯ୍ୟାଳୟ ପକ୍ଷରୁ ରହିଛି ଏବଂ ଲୋକଙ୍କ ପାଇଁ ଦେୟ ମୁକ୍ତ କରାଯାଇଛି ସେଠାକାର ସ୍ବଚ୍ଛତା ଟିକିଏ ଅଡ଼ୁଆ ଲାଗୁଛି । ଖବରମୁତାବକ ହିଞ୍ଜିଳିକାଟୁ ପୌରପରିଷଦର କାର୍ଯ୍ଯାଳୟର ପ୍ରାୟ ଏକ ଶହ ମିଟର ଏବଂ ବସଷ୍ଟାଣ୍ଡ ନିକଟରେ ରହିଛି ।କିନ୍ତୁ ଏହି ଜନତା ଶୌଚାଳୟରେ ସ୍ବଚ୍ଛତା ଚିତ୍ର କହୁଛି ଦାୟିତ୍ୱରେ ଥିବା ବିଭାଗ କେତେ ତତ୍ପରତା ଏବଂ ତଦନ୍ତ କରିବା ସତ୍ୟତା ରହିଛି । ଜଗୁଆଳି ଦେବା ଭଳି ପହରା ଦେଇଛି ଥିବା ଦୁଇ ପରିସ୍ରା ପାତ୍ରରେ । ତିନୋଟି ଥିବା ପରିସ୍ରା ପାତ୍ରରୁ ୨ଟି ପରିସ୍ରା ପାତ୍ରରେ କପଡା ଘୋଡେଇ ହୋଇ ରହିଆସୁଅଛି । ଯେଉଁ ଗୋଟିକ ଠିକ ଅଛି ଜଣେ ଯଦି ଦେୟ ମୁକ୍ତ ଶୌଚାଳୟ ପରିସ୍ରା କରିବା ପାଇଁ ଯାଏ ତେବେ ତାଙ୍କ ମତରେ ଦୁର୍ଗନ୍ଧ ପରିଶେଷରେ ଗୋଟିଏ ପରିସ୍ରା କରିବା କରିବା ହୁଏ ।ସେହି କୋଠରୀରେ ଲାଗିଥିବା ପଙ୍ଖା ନାହିଁ କିମ୍ବା ଘର ଭିତରୁ ଦୁର୍ଗନ୍ଧ ଅପସରିବା ପାଇଁ ନିର୍ଗମ ପଙ୍ଖା ଅଚଳ ରହିଛି ।ପୌରପରିଷଦ ପକ୍ଷରୁ କୌଣସି ପଦକ୍ଷେପ ଆଜକୁ ପ୍ରାୟ ୨ରୁ ତିନମାସ ହେଲା ସଜାଡିବା କିମ୍ବା ସୁଧାରିବା ନାଁ ଧରୁନି ।
ସ୍ବଚ୍ଛତା ପାଇଁ ସ୍ବଚ୍ଛ ସର୍ବେକ୍ଷଣ ୨୦୨୫-୨୬ କାନ୍ଥ ବାଡ ପୋଷ୍ଟର ଜରିଆରେ ପ୍ରଚାର ପ୍ରସାର ବେଳେ ପରିସ୍ରା ପାତ୍ରର ପାଇପ ଝଡି ଯାଇଥିବା ନଜରରେ ଆସିନଥିବା କଥାକୁ ଏବେ ଚର୍ଚ୍ଚାରେ ସ୍ବଚ୍ଛତା ବିଭାଗ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment