ନୂତନ ଅବକାରୀ ଆଇନ ଅନୁଯାୟୀ ମଦ ଦୋକାନ ଖୋଲା ଯିବା ନେଇ ରାସ୍ତାରୋକ ।
ବଲାଙ୍ଗୀର/ଟିଟିଲାଗଡ଼, ସରକାରୀ ଭାବେ ନୂତନ ଅବକାରୀ ନିୟମ ଅନୁଯାଇ ଲଟେରୀ ମାଧ୍ୟମରେ ମଦ ଦୋକାନ ଖୋଲିବା ପାଇଁ ସହର ର ୯ ନମ୍ବର୍ ହାଇସ୍କୁଲ ପଡ଼ା ଠାରେ ଥିବା ଶ୍ରୀଯୁକ୍ତ କିର ମହାନନ୍ଦ ବାବୁଙ୍କ ଘରେ ମଦ ରଖିବା ଗୋଦାମ ଘର ଓ ସମ୍ନାରେ ଥିବା ଦୋକାନ ଗୁଡିକ ଭିତରୁ ଗୋଟାଏ ମଦ ଦୋକାନ ଖୋଲା ଯାଇଛି। ଦୋକାନ ଖୋଲାଯିବା ଦେଖି ସାଧାରଣ ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସେହିପରି ଶୁକ୍ରବାର ସନ୍ଧ୍ୟାରେ ମଦ ଅନଲୋଡ କରିବା ପାଇଁ ଅବକାରୀ ଓ ପୋଲିସ ବିଭାଗର ଗାଡି ଦେଖି କିଛି ସମୟ ପାଇଁ ଅଘୋଷିତ କର୍ଫ୍ୟୁ ହେଲା ଭଳି ସ୍ଥିତି
ସୃଷ୍ଟି ହୋଇଥିଲା ।
ସୋମବାର ସକାଳୁ ଓକିଲ ସଙ୍ଘର ପୁର୍ବତନ ସଭାପତି ଶ୍ରୀ ସଞ୍ଚୟ ବେହେରାଙ୍କ ନେତୃତ୍ୱରେ ଆଜି ହାଇସ୍କୁଲ ପଡ଼ାର ସମସ୍ତ ମହିଳା ଓ ପୁରୁଷ ମାନେ ଜାତୀୟ ରାଜପଥ ୨୬ ଅବରୋଧ କରିବା ସହ ମଦ ଦୋକାନ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ଦାବି କରିଛନ୍ତି। ଏ ଦାବିକୁ କଂଗ୍ରେସ୍ ଦଳର ନେତା ଶ୍ରୀଯୁକ୍ତ ବୀରେନ୍ଦ୍ର ବାଗ ସମର୍ଥନ ଜଣାଇବା ସହ ତୁରନ୍ତ ମଦ ଦୋକାନ ହଟାଇବାକୁ ଦାବି କରିଛନ୍ତି। ରାସ୍ତା ରୋକ ଯୋଗୁଁ ଯିବା ଆସିବା କରୁଥିବା ଲୋକେ ଅଟକି ଯିବା ସହ ବିବାହ ପାଇଁ ଯାଉଥିବା ବର ଯାତ୍ରୀ ଯାଉଥିବା ବର ପିଲା ଗାଡ଼ି ଦୀର୍ଘ ସମୟ ଧରି ଅଟକି ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ପ୍ରସାଶନ ପକ୍ଷରୁ ଉଚିତ୍ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment