"ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ"
ନୟାଗଡ (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷା ଏବଂ ସବୁଜିମାର ପ୍ରସାର ପାଇଁ ରେଡକ୍ରସ, ଇକୋ କ୍ଲବ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା, ସ୍ଲୋଗାନ, ରାଲି ହୋଇଯାଇଅଛି ।ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି।ଆୟୋଜିତ ସଭାରେ ବୃକ୍ଷରୋପଣର ସପ୍ତାହରେ ସଭପତି ଭାବରେ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର କହଁର ସଭା ପରିଚାଳନା କରୁଥିଲେ। ଜୁନିୟର ରେଡକ୍ରସର ବ୍ଲକ କୋର୍ଡିନେଟର ପ୍ରତାପ କୁମାର ପରିଡ଼ା , ଇକୋ କ୍ଲବର ଭକ୍ତ ବନ୍ଧୁ ବେହେରା, ଶରତ କୁମାର ସାହୁ, ଭାଗ୍ୟଲକ୍ଷ୍ମୀ ସ୍ୱାଇଁ, ସୁଭାଶିଷ ମିଶ୍ର,ସୁଜାତା ସାହୁ, ମମତାମୟୀ ମଲ୍ଲିକ, ରଶ୍ମିତା ଘଡ଼େଇ ସମରଜିତ୍ ଛୋଟରାୟ, ମାହେଶ୍ୱରୀ ସେଠୀ , ସିଆରସିସି ଶ୍ରୀଧର ବେହେରା ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଗୁରୁଜୀ, ଗୁରୁମାମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟ ଚତୁଃପାର୍ଶ୍ୱରେ ଚାରା ରୋପଣ କରାଯିବା ସହ ଏହାର ରକ୍ଷଣବେକ୍ଷଣ ପାଇଁ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ପରିବେଶ ସଚେତନତା ସୃଷ୍ଟି କରିବାରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍ ମାନେ ମତବ୍ୟକ୍ତ କରିଛନ୍ତି।
ମଣିଭଦ୍ରା ଖବର,ନୟାଗଡ


Post a Comment