ଅସଲି ପୋଲିସ ହାତରେ ନକଲି ପୋଲିସ।
ଅନୁଗୋଳରୁ ନକଲି ପୁଲିସ ଅଟକ।ଏସପି ଅଫିସ ସମ୍ମୁଖରେ ଛେଣ୍ଡିପଦା ଅଞ୍ଚଳ ର ଜନୈକ ସନ୍ଦିଗ୍ଧ ଯୁବକ ରବିନାରାୟଣକୁ ପୋଲିସ ପୋଷାକ ରେ ଘୁରି ବୁଲୁଥିବା ବେଳେ ମାଡ଼ି ବସିଲା ଅନୁଗୋଳ ଟାଉନ୍ ଥାନା ପୁଲିସ।ଯୁବକ ଜଣକ କନଷ୍ଟେବଳ ପୋଷାକରେ ଥିଲେ,ନେମ୍ ପ୍ଲେଟ୍ ବ୍ୟାଚ ବି ଲାଗିଥିଲା। ତେବେ ସେ ଅପରାହ୍ନରେ ଏସପି ଅଫିସ ନିକଟରେ ବୁଲୁଥିବା ବେଳେ ତାଙ୍କ ହାବଭାବରୁ ସନ୍ଦେହ ହେବାରୁ ତାଙ୍କୁ ଟାଉନ ଥାନା ପୁଲିସ ପଚରାଉଚୁରା କରିଥିଲା।ଯାଞ୍ଚ ବେଳେ ତାଙ୍କ ନିକଟରେ ଓଡ଼ିଶା ପୁଲିସ ସିକ୍ୟୁରିଟିର ନକଲି ଜଏନିଂ ଲେଟର ଥିଲା।ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୂ ଥାନାରେ ଅଟକ ରଖି ପଚରାଉଚରା କରୁଛି, କେଉଁ ପରିସ୍ଥିତିରେ କାହିଁକି ଏପରି କରିଛନ୍ତି ଏହାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଥିବା ବେଳେ ଆବଶ୍ୟକ ସ୍ଥଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅନୁଗୋଳ ଟାଉନ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment