BREAKING
Loading...
:

ମଧ୍ୟଖଣ୍ଡ ପ୍ରିମିଅର୍ ଲିଗ୍ ଫାଇନାଲ୍ ମ୍ୟାଚ୍ ରେ ଦେବ୍ ୱାରିଅରସ୍ ଦଳ ବିଜୟୀ

 ମଧ୍ୟଖଣ୍ଡ ପ୍ରିମିଅର୍ ଲିଗ୍ ଫାଇନାଲ୍ ମ୍ୟାଚ୍ ରେ ଦେବ୍ ୱାରିଅରସ୍ ଦଳ ବିଜୟୀ



ଦଶପଲ୍ଲା ୨୬/୦୬ :- ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ମଧ୍ୟଖଣ୍ଡ ଠାରେ ରେଡ଼୍ ଷ୍ଟାର କ୍ରିକେଟ୍ କ୍ଲବ୍ ଦ୍ୱାରା ଆୟୋଜିତ ମଧ୍ୟଖଣ୍ଡ ପ୍ରିମିଅର୍ ଲିଗ୍ ସିଜିନ୍ - ୯ ର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରଥମ ମ୍ୟାଚରେ ବ୍ୟାଟିଂ କରି ଡି.କେ.ଟି ଡାଇନାମୋସ୍ ୧୧ ଦଳ ୧୦ ଓଭରରେ ମୂଲ୍ୟବାନ୍ ୦୪ ଗୋଟି ୱିକେଟ୍ ହରାଇ ୮୫ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ଦେବ୍ ୱାରିଅରସ୍ ୧୧ ଦଳ ୦୮ ଓଭରରେ ମୂଲ୍ୟବାନ୍ ୦୩ ଗୋଟି ୱିକେଟ୍ ହରାଇ ୮୮ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍ ଟି ଦେବ୍ ୱାରିଅରସ୍ ଦଳ ବିଜୟ ଲାଭ କରିଥିଲା। ଏହି ଦଳର ଆଲୋକ ୧୯ ବଲରେ ଧୂଆଁଧାର ୨୯ ରନ୍ ସଂଗ୍ରହ କରିଥିଲେ। 


ମଧ୍ୟଖଣ୍ଡ ପ୍ରିମିଅର୍ ଲିଗ୍ କମିଟି ର ଶ୍ରୀକାନ୍ତ କୁମାର ଦଳେଇ, ଅଜୟ ବାରିକି, ଜ୍ଞାନରଞ୍ଜନ ଦାଶ, ଦେବ ପ୍ରଧାନ, ସୁଶାନ୍ତ କୁମାର ପରିଡ଼ା, ଗୋବିନ୍ଦ ଚନ୍ଦ୍ର ନାୟକ, ବାବୁ ପ୍ରଧାନ, ଆଲୋକ ବେହେରା, ଶିବପ୍ରସାଦ ପଟ୍ଟନାୟକ, ଦିପୁ ମଳିକ, ବାବୁନି ବାରିକ, ଅରୁଣ କୁମାର ପ୍ରଧାନ, ବିଟନ୍ ଦଳେଇ, ବିଶ୍ୱନାଥ ପରିଡ଼ା ଓ ଦୁର୍ଯ୍ୟୋଧନ ବାରିକ ପ୍ରମୁଖ ଏମ୍.ପି.ଏଲ୍ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS