BREAKING
Loading...
:

୬୬ ବର୍ଷୀୟା ବୃଦ୍ଧା ଙ୍କୁ ମିଳି ପାରିନି ବାର୍ଦ୍ଧକ୍ୟ ଭତା

 *୬୬ ବର୍ଷୀୟା ବୃଦ୍ଧା ଙ୍କୁ ମିଳି ପାରିନି ବାର୍ଦ୍ଧକ୍ୟ ଭତା !* 



ଏହିଦୃଶ୍ୟ ଦେଖିବାକୁ ମିଳିଛି, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଅhଧିନସ୍ଥ ଡ଼ଇଁଚା ଗ୍ରାମ ପଞ୍ଚଯାୟତ ନାକଟିଦେଉଳ ବ୍ଲକ ର ପାଇକମାଳ ଗ୍ରାମରେ ! 

ଏହି ଗ୍ରାମରେ ବାସ କରନ୍ତି , ଆସାମତି ପ୍ରଧାନ ନାମ୍ନୀ ଜଣେ 66 ବର୍ଷୀୟା ବୃଦ୍ଧା   ! 

ବାର୍ଦ୍ଧକ୍ୟ ଭତରୁ ବଂଚିତ ଅଛନ୍ତି  ଆସାମତି ! ଏଥିପାଇଁ ଦାୟୀ କିଏ ? 

24 ବର୍ଷର  ବାହା ବାହା ନେଉଥିବା  ଆଦର୍ଶ ବିଜେଡି ସରକାର, ବର୍ତମାନ ର ଡବଲ ଇଂଜିନ ଡବଲ ବିକାଶ  ର ଡିଣ୍ଡିମ ପିଟୁଥିବା  ମୋହନ ବାବୁଙ୍କ ସରକାର ନା ଆମ  ସ୍ୱଚ୍ଛ ନିର୍ମଳ ପ୍ରଶାସନିକ ଅଧିକାରୀ ? 

ସରକାର ବା ପ୍ରଶାସନ ସତରେ କଣ ଜାଣି ନାହାନ୍ତି ଏହି ବୃଦ୍ଧାଙ୍କ  ଭତା ପାଉନଥିବା ବିଷୟରେ ! 

ବୃଦ୍ଧା ଜଣକ  ବ୍ଲକ ପଞ୍ଚାୟତ ହୋଇ ଶେଷରେ ନିରାଶ ହୋଇ ଚୁପ ହୋଇ ରହିଛନ୍ତି ! 

କଣ ପାଇଁ ବୃଦ୍ଧା ଜଣକ 66 ବର୍ଷ ହେଲା, ଭତା ପାଇ ନାହାନ୍ତି, ସେଥିପାଇଁ ପ୍ରଶାସନ ସମ୍ପୂର୍ଣ ଭାବରେ ଦାୟୀ ! ଏହି ଅଞ୍ଚଳ ର ସରପଞ୍ଚ ବିଡ଼ିଓ କରୁଛନ୍ତି କଣ ? 

ଆଗକୁ ଦେଖିବାକୁ ବାକିରହିଲା, ଆସାମତି ଙ୍କର ଆଶା କେବେ ପୂରଣ ହେଉଛି, ଓ ପ୍ରଶାସନ କେବେ ତାଙ୍କ ଦୁଃଖ ବୁଝି ଭତା ପ୍ରଦାନ କରୁଛି ?


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS