ବାଟାଲିଅନ୍ ହାବିଲଦାରଙ୍କ ଆତ୍ମହତ୍ୟା
ବେଲଗୁଣ୍ଠା,-, ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ବାଟାଲିଅନର ହାବିଲଦାର ଦେବାଶିଷ ବେହେରା ଗତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ସ୍ବର୍ଗତ ଦେବାଶିଷଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରପୁଟ ଗ୍ରାମର ସୁବ୍ରତ ବେହେରାଙ୍କ ପୁଅ। ଦେବାଶିଷଙ୍କ ଦୁଇଟି ଝିଅ ହୋଇଥିବା ବେଳେ ସେମାନେ ପରିବାର ସହିତ ନିଜ ଗ୍ରାମରେ ରହି ଆସୁଥିଲେ। ଗତ ରାତିରେ ହାବିଲଦାର ଦେବାଶିଷ ବେଲଗୁଣ୍ଠା ଥାନା ଅନ୍ତର୍ଗତ କୁରୁଳେଇ ରାସ୍ତାର ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଖବରପାଇ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ଏନେଇ ବେଲଗୁଣ୍ଠା ଥାନାରେ କେଶ୍ ନମ୍ୱର୍ ୧୬/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଦେବାଶିଷଙ୍କ ପରିବାର ଲୋକଙ୍କୁ ଡକାଇ ତାଙ୍କ ଶବ ହସ୍ତାନ୍ତର କରାଯାଇଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନଥିଲେ ମଧ୍ୟ କିଛିଦିନ ହେଲା ମାନସିକ ଅବସାଦରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق