ପରିମଳ ନାମରେ ହରିଲୁଟ,ଖଲିକୋଟ #
ଖଲ୍ଲିକୋଟ NAC ର ଦୁରବସ୍ଥା ଦିନକୁ ଦିନ ସ୍ପଷ୍ଟ ହେଉଛି। ଅଧ୍ୟକ୍ଷ ରହୁଛନ୍ତି ଛତ୍ରପୁରରେ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରହୁଛନ୍ତି ବ୍ରହ୍ମପୁରରେ, ସଫେଇ କଣ୍ଟ୍ରାକ୍ଟର ରହୁଛନ୍ତି କଟକରେ — କିନ୍ତୁ ଖଲ୍ଲିକୋଟର ଲୋକଙ୍କ ସମସ୍ୟାକୁ ବୁଝିବ କିଏ ?
ଯେତେବେଳେ ଦାୟୀ ଅଧିକାରୀମାନେ ନଗରରେ ଉପସ୍ଥିତ ନୁହନ୍ତି, ସେତେବେଳେ ପରିମଳ ବ୍ୟବସ୍ଥା କିପରି ସଠିକ୍ ହେବ? ଆଶ୍ଚର୍ଯ୍ୟ ଯେ, ସେମାନେ ଖଲ୍ଲିକୋଟକୁ କେବଳ ମିଥ୍ୟା ବିଲ୍ ପୈଠ କରିବା ପାଇଁ ଆସୁଛନ୍ତି, କିନ୍ତୁ ଦାୟିତ୍ୱ ପାଳନ ପାଇଁ ନୁହେଁ।
ଖଲ୍ଲିକୋଟ NAC ରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚିଛି। ପ୍ରତିଦିନ ସକାଳ ୯ଟା ବlଜିଲେ ମଧ୍ୟ ସଫେଇ କାମ ହେଉନାହିଁ, ଯାହା ନଗରବାସୀଙ୍କ ସ୍ୱାସ୍ଥ୍ୟ ପାଇଁ ଗଭୀର ସଙ୍କଟ ସୃଷ୍ଟି କରୁଛି। ଏହା ଏବେ ନିତ୍ୟଦିନିଆ ଘଟଣା ହୋଇପଡ଼ିଛି।
ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ୍ ପୈଠ ହେଉଥିବା ବେଳେ, ସେହି ସମାନ କଣ୍ଟ୍ରାକ୍ଟରଙ୍କୁ ପୁନଃପୁନି କାମ ଦିଆଯାଉଛି। ଅଭିଯୋଗ ଆସୁଛି ଯେ ଅଧ୍ୟକ୍ଷ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମିଳିଭଗତରେ କାଗଜରେ ସଫେଇ କାମ ଚାଲିଛି, କିନ୍ତୁ ଭୂମିସ୍ତରରେ ପ୍ରାୟ କୌଣସି କାମ ହେଉନାହିଁ।
ଏହି ପ୍ରଣାଳୀଗତ ଅବହେଳା ଓ ଦୁର୍ନୀତି ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନହେବା ଆବଶ୍ୟକ। ଖଲ୍ଲିକୋଟ ଜନ ସାଧାରଣଙ୍କ ମଧ୍ୟରେ ଏହ ଚର୍ଚ୍ଚା ହେଉଛି!
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق