BREAKING
Loading...
:

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

 ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ



ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା ଅଧିକାର ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ମୁଖ୍ୟ ବିଚାରପତି ଡି.କେ. ଉପାଧ୍ୟାୟ ଏବଂ ଜଷ୍ଟିସ୍‌ ତେଜସ କାରିଆଙ୍କ ଖଣ୍ଡପୀଠ କହିଛନ୍ତି, ଶିକ୍ଷା ଅଧିକାର ଏକ ଲାଭଦାୟକ ଆଇନ, ଯାହା ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ ସ୍କୁଲକୁ ଜାତି ଓ ଜାତିଆଣ ଗୋଷ୍ଠୀ ପ୍ରତିବନ୍ଧକରୁ ମୁକ୍ତ କରି ଏକ ସାଧାରଣ ସ୍ଥାନରେ ପରିଣତ କରିବା ଲକ୍ଷ୍ୟରେ ପ୍ରଣୟନ କରାଯାଇଥିଲା।


ତେବେ ଏଭଳି ଉଦ୍ଦେଶ୍ୟ ରଖିଥିବା ଶିକ୍ଷା ଅଧିକାରକୁ ନିର୍ଦ୍ଦିଷ୍ଟ ସ୍କୁଲ୍‌ ଚୟନ କରିବା ଅଧିକାରରେ ପରିଣତ କରାଯାଇପାରିବ ନାହିଁ ବୋଲି ଅଦାଲତ କହିଛନ୍ତି। ୨୦୨୪-୨୫ ଶିକ୍ଷା ବର୍ଷରେ ଜଣେ ମା' ତାଙ୍କ ଶିଶୁଙ୍କୁ ଏକ ଘରୋଇ ବିଦ୍ୟାଳୟରେ ଇଡବ୍ଲ୍ୟୁଏସ୍‌ ବର୍ଗରେ ଦ୍ୱିତୀୟ ଶ୍ରେଣୀରେ ନାମ ଲେଖାଇବା ପାଇଁ କରିଥିବା ଆବେଦନ ଉପରେ ହାଇକୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS