ଏଚ୍ ଆଇ ବି/ଏଡ୍ସ କୁ ନେଇ କୋଟି,କୋଟି ଟଙ୍କା ହଡ଼ପ ସହ ଲୋକ ଙ୍କ ଜୀବନ ସହ ଖେଳ,
ବଲାଙ୍ଗୀର/ଟିଟିଲାଗଡ, *ଆଦିବାସୀ, ଅଧ୍ୟୁଷିତ ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା ରେ ଓଡିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (osacs) ଜରୀଆରେ ବର୍ଷ ବର୍ଷ ଧରି କୋଟି, କୋଟି ଟଙ୍କା ଏକ ସାଇ ଟି ଆଇ ପ୍ରକଳ୍ପ ଆଳରେ ବିପୁଳ ଅର୍ଥ ହଡପ ନେଇ ଗୁରୁତର ଅଭିଯୋଗ ନଜର କୁ ଆସିଛି* ।
*ଅତୀତ ରେ ସାରା ଭାରତ କୁ ସଂଯୋଗ କରୁଥିବା ଟିଟିଲାଗଡ ରେଳ ଜଙ୍କସନ ଯୋଗୁଁ ଏହି ଅଞ୍ଚଳ ଗଞ୍ଜାମ କୁ ଟପିଯାଇଥିଲା*।
*ପରିତାପର ବିଷୟ ଯେ, ରାଜେନ୍ଦ୍ର ଯୁବକ ସଂଘ ପକ୍ଷରୁ ଏହି ଟି ଆଇ ପ୍ରକଳ୍ପ ପ୍ରଥମେ ପ୍ରକଳ୍ପ ବେଶ୍ କାର୍ଯ୍ୟକ୍ଷମ କରିବା ସହ ନିୟନ୍ତ୍ରଣ କରିଥିବା ବେଳେ ବର୍ତ୍ତମାନ ପୁନଃ ସେଇ ଅବସ୍ଥା ସଙ୍କଟାପନ୍ନ ହୋଇ ଯାଇଛି ବୋଲି ରାଜ୍ୟ ଜନସେବା ସି ବି ଓ ତରଫ ରୁ ଲିଖିତ ଅଭିଯୋଗ ହୋଇଛି*।
*ଏଚ, ଆଇ ଭି ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତ ଙ୍କୁ ଏ ଆର ଟି* *ଔଷଧ,ସଚେତନତା ଆଦି ସମସ୍ତ କାର୍ଯ୍ୟ କାର୍ଯ୍ୟକ୍ରମ ଜାଲ,କାଗଜ ପତ୍ର ଜାଲିଆତି ର ପ୍ରମାଣ ନେଇ ବିଗତ ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଙ୍କ ନିକଟ ରେ ଜନସେବା ଓ ବିଭିନ୍ନ ମହଲ ରୁ ଅଭିଯୋଗ ଅନେକ ସମୟରେ କରି ନିରାଶ ହେବାକୁ ପଡ଼ିଛି* ।
*ବିଶେଷ ଦ୍ରଷ୍ଟବ୍ୟ ଯେ*, "*ପ୍ରତି ଏକ ମାସ ରେ ଏହି ଭୂତାଣୁ ସଂକ୍ରମଣ ହେତୁ ୦୭ ଜଣ ରୁ ୧୨ ଜଣ ଙ୍କ ଶୋଚନୀୟ ମୃତ୍ୟୁ ବରଣ କରି ଆସୁଛନ୍ତି ଯାହା ସାଧାରଣ ଘଟଣା*!
*ସେହିପରି ରାମ, ଗୋବିନ୍ଦ,ଶ୍ୟାମ ଆଦି ନାମ ଦର୍ଶାଇ ତଥା ସାଧାରଣ ଲୋକ ଙ୍କୁ ତୃତୀୟ ଲିଙ୍ଗ, କିନ୍ନର, ମହିଳା ଯୌନ କର୍ମୀ, ପୁରୁଷ ଯୌନ କର୍ମୀ,ସମ୍ ଲିଙ୍ଗୀ ଯୌନ କର୍ମୀ ଦର୍ଶା ଯାଇଥିବା ସବିଶେଷ ତଥ୍ୟ ସହ ଲିଖିତ ଅଭିଯୋଗ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟ ଟେ ରେ ଦାଖଲ ସତ୍ତ୍ଵେ ଘଟଣା କୁ ଚପେଇ ଦିଆ ଯାଉଛି*।
*ଗତ ଏକ ମାସ ରେ କେବଳ ବଲାଙ୍ଗୀର ଜିଲ୍ଲା ର ଏହି ଜିଲ୍ଲା ସ୍ତରୀୟ ଟିଟିଲାଗଡ ସବ ଡ଼ିଭିଜନ ରେ ୧୭ ଜଣ ଙ୍କ ମୃତ୍ୟୁ ଘଟିଛି ହେଲେ ସରକାରୀ ଭାବେ ସୂଚନା ନା ନା ଆଳରେ ପ୍ରଦାନ କରାଯାଉ ନାହିଁ* । *ଏ ନେଇ ଲୋକ ଙ୍କ ସରଳତା ର ସୁଯୋଗ ନେଇ ଲୋକ ଙ୍କ ଜୀବନ ସହ ଖେଳ ଖେଳିବା ଓ ଜାଣି ଶୁଣି ଟିଟିଲାଗଡ ମୁଖ୍ୟ ଜିଲ୍ଲା ସ୍ତରୀୟ ଚିକିତ୍ସାଳୟ ରେ ଏଚ ଆଇ ଭି ପରୀକ୍ଷା ଦୀର୍ଘ ବର୍ଷ ଧରି ବନ୍ଦ କରି ଦିଆଯାଇଛି*।
*ତୁରନ୍ତ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଜିଲ୍ଲା ଆଦିବାସି କଲ୍ୟାଣ ମହାସଂଘ ତଥା ଜିଲ୍ଲା ର ବିଭିନ୍ନ ସଂଗଠନ ପକ୍ଷରୁ ଦୃଢ଼ ଆନ୍ଦୋଳନାତ୍ମକ ପନ୍ଥା ଅନୁସରଣ କରିବା ଚେତାବନୀ ଦିଆ ଯାଇଛି*।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment