ଆଉ ନାହାନ୍ତି ଆଡକଟାର ଲଣ୍ଡା ବାରିକ
ଗଣିଆ ୧୦/୦୩(ମଣିଭଦ୍ରା ଖବର) ଗଣିଆ ବ୍ଳକ ଆଡକଟାର ବରିଷ୍ଠ ସଂଗଠକ, ସାମାଜିକ କର୍ମୀ ତଥା ରାଜନେତା କାଶିନାଥ ବାରିକଙ୍କ ମୃତ୍ୟୁ ଘଟିଛି । ଜନସାଧାରଣଙ୍କ ସେବା କରିବାକୁ ସେ ସବୁବେଳେ ତତ୍ପର ଥିଲେ । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସ୍ବର୍ଗତ ହରିହର କରଣଙ୍କର ସେ ବେଶ୍ ଆନୁଗତ୍ୟ ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ବନମାଳୀ ବାରିକି ମହାବିଦ୍ୟାଳୟ, ଆଡକଟାର ପ୍ରତିଷ୍ଠାତା ତଥା ସମ୍ପାଦକ ଭାବେ କାର୍ଯ୍ୟ କରିଆସୁଥିଲେ । ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡା । ମହାବିଦ୍ୟାଳୟ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ବୋଲି ସେ ପ୍ରକାଶ କରିଛନ୍ତି । ଜଣେ ପରୋପକାରୀ, ଦାୟିତ୍ବବାନ ତଥା ଦୃଢ ସଂଗଠକଙ୍କୁ ହରାଇଲୁ ବୋଲି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି । କଂଗ୍ରେସର ଜିଲ୍ଲା ସଭାପତି ରଣଜିତ୍ ଦାଶ,ଗଣିଆ ମଣ୍ଡଳ ସଭାପତି ହଲିମ୍ ଖାଁ ପ୍ରମୁଖ ଶୋକ ପ୍ରକାଶ କରିଥିବା ଜଣାପଡିଛି ।
ମଣିଭଦ୍ରା ଖବର, ଗଣିଆ


إرسال تعليق