BREAKING
Loading...
:

ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

 ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

 


ନୂଆପଡ଼ା ,/ନୂଆପଡ଼ା ଜିଲ୍ଲା ପବିତ୍ର ତୀର୍ଥ ପୀଠ ପାତାଳଗଙ୍ଗା ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ୟାର ଅନୁଷ୍ଠାନ ଖଡ଼ିଆଳ ର ଆୟୋଜନରେ ୟାର ଅନୁଷ୍ଠାନ ଉପ ସଭାନେତ୍ରୀ ମୀନା ସାହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁଖ୍ୟ ଅତିଥି ରୂପେ ବ୍ଲକ ଉପାଧ୍ୟକ୍ଷା ସଙ୍ଗୀତା ମାଝୀ ଓ ମୁଖ୍ୟ ବକ୍ତା ଭାବରେ ଡବ୍ଲୁ ଇ ଓ କ୍ଷଣପ୍ରଭା ପାଣିଗ୍ରାହୀ ଅଳଙ୍କୃତ ଥିବାବେଳେ ସମ୍ମାନିତ ଅତିଥି ରୂପେ ଡଃ ଅଞ୍ଜଳି ପାଢ଼ୀ ପୂର୍ବତନ ଅଧ୍ୟକ୍ଷା ଅଟୋ ନୋମସ୍ କଲେଜ ଖଡ଼ିଆଳ, ସରପଞ୍ଚ ଗିରିଜା ମାଝୀ,ଅଧ୍ୟାପିକା ବିଜେତା  ଚାଉଳିଆ ସ୍ନାତକ ମହାବିଦ୍ୟାଳୟ ,ଇକ୍ରିସେଟ ବୈଜ୍ଞାନିକ ପ୍ରଦୀପ ସେଠୀ,ବି ପି ଏମ ସୁନୀତା ସୁନା,ସୁପର ଭାଇଜର ହୀରା ମଣି ମାଝୀ, ସ୍ନାତକ ମହାବିଦ୍ୟାଳୟ କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ,ୟାର ଅନୁଷ୍ଠାନ ସଭାପତି ମହେନ୍ଦ୍ର କୁମାର ଯୋଶୀ,ୟାର ଅନୁଷ୍ଠାନ ସମ୍ପାଦକ ହରି ଦାସ ପଟେଲ ମଞ୍ଚାସିନ ଥିଲେ ।ମହିଳା ଓ କନ୍ୟା ମାନଙ୍କ ପାଇଁ ଅଧିକାର,ନ୍ୟାୟ ଓ କାର୍ଯ୍ୟରେ ପ୍ରତିବଦ୍ଧତା ଉପରେ ଡଃ ଅଞ୍ଜଳି ପାଢ଼ୀ ବିସ୍ତୃତ ଭାବରେ ଆଲୋଚନା କରି ସମସ୍ତଙ୍କୁ ମାର୍ଗଦର୍ଶନ କରିଥିଲେ ।ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ସମାଜରେ ମହିଳାଙ୍କ ପାଇଁ ଆଜିର ଦିବସର ଆବଶ୍ୟକତାକୁ ନେଇ ଅତିତୀର ମହିଳାଙ୍କ ଦୟନୀୟ ସ୍ଥିତି,ମହିଳାଙ୍କ ସାମାଜିକ,ଆର୍ଥିକ ଏବଂ ରାଜନୈତିକ ସମାନତା ପାଇଁ ମହିଳା କରିଆସୁଥିବା ସଂଘର୍ଷ ଓ ମହିଳାଙ୍କ ସାହସ ଆଉ ନିଷ୍ଠାକୁ ଅବଗତ କରାଇ ସମାଜ ପ୍ରତି ମହିଳାଙ୍କ ଭୂମିକା କିଭଳି ରହିବା ଦରକାର ଏବଂ ସମାଜ ମହିଳାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସମାନତା ପ୍ରଦାନ କରିବା ଉପରେ ମତ ସାବ୍ୟସ୍ତ କରିଥିଲେ ।ସମସ୍ତ ଅତିଥି ଆମେ ସମସ୍ତେ ମିଳିତ ଭାବରେ ମହିଳାଙ୍କ ସଶକ୍ତିକରଣ ପାଇଁ କରିବା ବୋଲି ଆହ୍ଵାନ ଦେଇଛନ୍ତି । ବିଭିନ୍ନ ଚାଷର ଦକ୍ଷତାକୁ ଦୃଷ୍ଟିରେ ରଖି ୟାର ଅନୁଷ୍ଠାନ ଦ୍ଵାରା ୩ ଟି ବ୍ଲକ ସିନାପାଲି,ବୋଡ଼େନ ଓ ଖଡ଼ିଆଳର  ୩୪ ଜଣ ଅଗ୍ରଣୀ ମହିଳା ଚାଷୀଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି ।କାର୍ଯ୍ୟକ୍ରମରେ ମହିଳା ଚାଷୀ,ଜଙ୍ଗଲ ଅଧିକାର କମିଟି,ମିଶନ ଶକ୍ତି ମହିଳା,ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା,ଏମ ବି କେ ସି ଆର୍ ପି,ୟାର ଅନୁଷ୍ଠାନର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS