*ସମାନ ଗ୍ରାଉଣ୍ଡ, ୩୮ ବର୍ଷର ପୁରୁଣା ଜଖମ୍: ସେମି ଫାଇନାଲରେ ହିସାବ କରିବ ସୂର୍ଯ୍ୟସେନା*
*ଟି-ଟ୍ଵେଣ୍ଟି ବିଶ୍ଵକପ୍ ୨୦୨୬। ଗୁରୁବାର ସଂଧ୍ୟାରେ ସେମି ଫାଇନାଲ୍ ମୁକାବିଲା । ମୁମ୍ଵାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଏବଂ ଇଂଲଣ୍ଡ । ମ୍ୟାଚ୍ ଜିତି ଉଭୟ ଦଳ ଫାଇନାଲ୍ ଟିକେଟ୍ ପକ୍କା କରିବାକୁ ପ୍ରୟାସ କରିବେ । ତେବେ ମ୍ୟାଚ୍ ପୂର୍ବରୁ ୱାଙ୍ଖଡେ ଷ୍ଟାଡିୟମରେ ୩୮ ବର୍ଷର ପୁରୁଣା ହିସାବକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ୧୯୮୭ରେ ଓ୍ବେଙ୍ଖଡେରେ ଇଂଲିସ୍ ବାହିନୀ ୱାର୍ଲ୍ଡକପ୍ ସେମିଫାଇନାଲରେ ଭାରତକୁ ହରାଇଥିଲା। ଇଂଲଣ୍ଡ ବିପକ୍ଷରେ ଏହି ପୁରୁଣା ହିସାବ ଏବେବି ବାକି ରହିଛି । ହିସାବ ନିକାସ କରିବାକୁ ଟିମ୍ ଇଣ୍ଡିଆ ପ୍ରସ୍ତୁତ ହୋଇଛି । ଇଂଲଶ୍ ଦଳ ଠାରୁ ଲଗାନ ଅସୁଲି କରିବାକୁ ସୂର୍ଯ୍ୟସେନା ନୂଆ ରଣନୀତି କରିଛି ।*
*ସୂଚନା ଥାଉକି, ଇଂଲିଶ୍ ଟିମ୍ ସୁପର୍-୮ରେ ଚମତ୍କାର ପ୍ରଦର୍ଶନ କରିଥିଲା। ତିନୋଟି ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିଛି । ଅଧିନାୟକ ହ୍ୟାରି ବ୍ରୁକ୍ ଉତ୍କୃଷ୍ଟ ଫର୍ମରେ ଅଛନ୍ତି। ତେଣୁ ଭାରତ ସହ ଇଂଲଣ୍ଡର କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି। ହେଲେ ଭାରତୀୟ ଦଳ ପାଖରେ ବି ବଡ଼ ସୁଯୋଗ ରହିଛି ।*
*୧୯୮୩ରେ ଭାରତ ବିଶ୍ଵକପ୍ ଜିତିବା ପରେ ୧୯୮୭ ବିଶ୍ଵକପରେ ଭାରତ ଆୟୋଜକ ଟିମ୍ ହୋଇଥିଲା । ଘରୋଇ ଗ୍ରାଉଣ୍ଡରେ ୱାର୍ଲ୍ଡକପ୍ ଟାଇଟଲ୍ ହାତେଇବା ପାଇଁ ଭାରତ ପାଇଁ ବଡ଼ ସୁଯୋଗ ଥିଲା। ହେଲେ ଇଂଲଣ୍ଡ ଟିମ୍ ସବୁ ସ୍ଵପ୍ନ ଧୂଳିସାତ୍ କରି ଦେଇଥିଲା। ୩୫ ରନ୍ ରେ ଇଂଲଣ୍ଡ ଭାରତକୁ ପରାସ୍ତ କରି ଟିମ୍ ଇଣ୍ଡିଆକୁ ୱାର୍ଲ୍ଡକପ୍ ରୁ ଆଉଟ୍ କରିଥିଲା। ସେହି ମ୍ୟାଚ୍ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଗ୍ରାହାମ୍ ଗୁଚ୍ଙ୍କ ୧୧୫ ରନ୍ର ଇନିଂସ୍ ବଳରେ ୫୦ ଓଭରରେ ୨୫୪ ରନ୍ କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ୪୫.୩ ଓଭରରେ ୨୧୯ ରନ୍ ରେ ମାଟି କାମୁଡ଼ିଥିଲା। ଭାରତ ପକ୍ଷରୁ ମହମ୍ମଦ ଅଜହରୁଦ୍ଦିନ ୬୪ ରନର ସର୍ବାଧିକ ସ୍କୋର କରିଥିଲେ । ତାଙ୍କ ପରେ କ୍ୟାପ୍ଟେନ କପିଲ ଦେବ ୩୦ ରନ୍ କରି ଦ୍ଵିତୀୟ ସ୍ଥାନରେ ରହିଥିଲେ।*
*୩୮ ବର୍ଷର ପୁରୁଣା ଜଖମର ହିସାବ ନିକାସ କରିବାକୁ ଭାରତୀୟ ଦଳ ପାଇଁ ସୁଯୋଗ ଆସିଛି । ସମାନ ଷ୍ଟାଡିୟମରେ ବିଶ୍ବକପ୍ ସେମି ଫାଇନାଲ ପyରାଜୟର ପ୍ରତିଶୋଧ ନିଆଯିବ । ୩୮ ବର୍ଷ ପରେ ବଦଲା ନେବ ସୂର୍ଯ୍ୟ ବାହିନୀ । ମ୍ୟାଚ୍ ଜିତିଲେ ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିବା ସହିତ ଇଂଲଣ୍ଡକୁ ବିଶ୍ବକପରୁ ବିଦା କରିଦେବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق