ଜମିବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ,ପୁଅ ଆଗରେ ଠେଙ୍ଗା ମାଡ଼ରେ ମହିଳାଙ୍କ ଜୀବନ ଗଲା।
ସଂଘବଦ୍ଧ ଭାବେ ୫ ରୁ ଉର୍ଦ୍ଧ ବ୍ୟକ୍ତି ମା କୁ ମାରିଛନ୍ତି ବୋଲି ଅଭିଯୋଗ,ପୋଲିସ ର ତଦନ୍ତ ଜାରି।
ହିନ୍ଦୋଳ, ଢେଙ୍କାନାଳ
ହିନ୍ଦୋଳ ଥାନା ଅନ୍ତର୍ଗତ କନ୍ତାମିଲା ପଂଚାୟତ ଧୋବଣୀନନ୍ଦର ଗ୍ରାମରେଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ ଜମି ବିବାଦକୁ କେନ୍ଦ୍ର କରି ସେହିଗ୍ରାମର ଜୈନିକ ବ୍ୟକ୍ତିଙ୍କ ଠେଙ୍ଗା ମାଡ଼ରେ ଜଣେ ବୃଦ୍ଧାଙ୍କ ଜୀବନ ଚାଲିଯିବା ଆଜି ହିନ୍ଦୋଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ପ୍ରକାଶ ଥାଉକି ହିନ୍ଦୋଳ ଥାନା ଧୋବଣୀନନ୍ଦର ଗ୍ରାମର ବୁଲା ସାହୁଙ୍କ ସ୍ତ୍ରୀ ଉତ୍ତମ ସାହୁ ଗ୍ରାମର ଶଗରା ବିଲ ନିକଟ ମହୁଲଗଛ ନିକଟକୁ ସକାଳ ୮ଟା ସମୟରେ ଯାଇଥିଲେ।ସେହି ସମୟରେ ଗ୍ରାମର କୁନୁ ପରିଡା ଓ ତାଙ୍କର କିଛି ସହଯୋଗୀ ସେହି ସ୍ଥାନ ନିକଟରେ ପହଂଚିଥିଲେ। ତେବେ ପୂର୍ବ ଜମିବାଡ଼ି କୁ କେନ୍ଦ୍ରକରି ଉଭୟଙ୍କ ଭିତରେ ବଚସା ହୋଇଥିଲା।ଗଣ୍ଡଗୋଳ ଉଗ୍ରରୂପ ନେବାପରେ ଏକ ଠେଙ୍ଗା ମାଡ଼ରେ ଉତ୍ତମ ସାହୁ ଆହତ ହୋଇଥିବା ତାଙ୍କ ପୁଅ ତରଣୀସେନ ସାହୁ ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରବର୍ତୀ ସମୟରେ ଉତ୍ତମ ସାହୁଙ୍କୁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଆଣିବାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରକାଶ ଥାଉକି ଉତ୍ତମ ସାହୁଙ୍କ ଘର ଡିହ ତଥା ଜମିବାଡ଼ିକୁ କେନ୍ଦ୍ରକରି ଗ୍ରାମର ଉଭୟ ପକ୍ଷଙ୍କ ମଧ୍ୟରେ ଅନେକଥର ବିବାଦ ଲାଗି ରହିଥିଲା।ହିନ୍ଦୋଳ ପୋଲିସ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ହିନ୍ଦୋଳ ଥାନାରେ କେଶନଂ -୮୨/୨୬ରେ ମାମଲା ରୁଜ୍ଜୁ କରାଯାଇଛି। ଏହି ଘଟଣାର ହିନ୍ଦୋଳ ଥାନା ଅଧିକାରିଣୀ ମମତା ସାମନ୍ତରାୟ ତଦନ୍ତ ଭାର ନେଇଥିବାବେଳେ ହିନ୍ଦୋଳ ଉପଖଣ୍ଡ ଉପଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ ଘଟଣାର ତଦନ୍ତକାରୁଥିବା ବେଳେ ଏ ସମ୍ପର୍କ ରେ ହିନ୍ଦୋଳ ଥାନାଧିକାରିଣୀ ମମତା ସାମନ୍ତରାୟ ଙ୍କୁଯୋଗାଯୋଗ କରିବାରେ ସେକୁହନ୍ତି ଅଭିଯୋଗ କାରି ଘଟଣାରେ ୫ ଜଣରୁ ଉର୍ଦ୍ଧ ବ୍ୟକ୍ତି ସମ୍ପୂରକ୍ତ ଅଛନ୍ତି ବୋଲି ଦର୍ଶାଇ ଥିବା ବେଳେ ଘଟଣା ର ତଦନ୍ତ ଚାଲିଛି ଖୁବ ଶୀଘ୍ର ଘଟଣା ରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ଗିରଫ କରାଯିବ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق