ଏସ୍ ଇ ଏମ୍ ପକ୍ଷରୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଫିସ ସମ୍ମୁଖରେ ବିକ୍ଷୋଭ
କଟକ, ; - ଏଆଇୟୁଟିୟୁସି ସହବନ୍ଧିତ ଓଡ଼ିଶା ରାଜ୍ୟ ମିଳିତ ସ୍ଵାବଲମ୍ବୀ କାରିଗର ସଂଘ ପକ୍ଷରୁ ମହାନଦୀ ବିହାର ସ୍ଥିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିନରେ ବିନା ଛୁଟିରେ ସୂଚାରୁ ରୂପେ କାମ କରି ଆସୁଥିଲେ ମଧ୍ଯ ଅତ୍ୟନ୍ତ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ମାନ୍ୟତା କିମ୍ବା ଦୈନିକ ସର୍ବନିମ୍ନ ମଜୁରୀ ପାଇବାରୁ ବଞ୍ଚିତ। ଏସଇଏମ ସଂଘର ଜିଲ୍ଲା ସଭାପତି ରାଜକିଶୋର ମଲ୍ଲିକଙ୍କ ପରିଚାଳନାରେ ବିକ୍ଷୋଭ ସଭାରେ ଏସ୍ ୟୁ ସି ଆଇ କମ୍ୟୁନିଷ୍ଟ ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସ, ଏଆଇୟୁଟିୟୁସି ଜିଲ୍ଲା ସଭାପତି ଖଗେଶ୍ବର ସେଠୀ ଶ୍ରମିକ ନେତା ପ୍ରିୟଦର୍ଶିନ ପାଭେଲ, ମାନଗୋବିନ୍ଦ ପଣ୍ଡା, ଇଶ୍ୱର ସାହୁ ଲଳିତ ମହାପାତ୍ର, ସୁଧୀର ନାୟକ, କର୍ତ୍ତିତ ଖଣ୍ଟିଆ, ଧିରେନ୍ଦ୍ର ପଣ୍ଡା ଅନ୍ୟମାନଙ୍କ ମଧ୍ଯରେ ବସନ୍ତ ନାୟକ ପ୍ରମୁଖ ବକ୍ତବ୍ଯ ଦେଇଥିଲେ। ସଂଘ ପକ୍ଷରୁ ଦାବି କରାଯାଇଛି ବଏସ୍.ଇ.ଏମ୍ ମାନଙ୍କୁ ପ୍ରତିମାସ ନିୟମିତ ପାରିଶ୍ରମିକ ପ୍ରଦାନ କରିବା ମେଗା ପ୍ରୋଜେକ୍ଟରେ ଏସ୍.ଇ.ଏମ୍ ମାନଙ୍କୁ ପାଣି ଚଳେଇବା ପାଇଁ ଅତିରିକ୍ତ ଦାୟିତ୍ଵ ପ୍ରଦାନ କରିବା, ଡବଲ କାମ ପାଇଁ ଡବଲ ପାରିଶ୍ରମିକ ପ୍ରଦାନ କରିବା, ମେଗା ପ୍ରୋଜେକ୍ଟ ସହିତ ଏସ୍.ଇ.ଏମ୍ ମାନଙ୍କ ବକେୟା ପାରିଶ୍ରମିକ ଅବିଳମ୍ବେ ପ୍ରଦାନ କରିବା, ଖରା ଦିନ ଓ ଅନ୍ୟ ଦିନମାନଙ୍କରେ ପାଣି ଚଳେଇବା ସମୟ ପମ୍ପ ହାଉସ ମାନଙ୍କରେ ଲେଖା ଯିବା, ଜେ.ଜେ.ଏମ୍ ଟ୍ରେନିଂ ନେଇଥିବା ଏସ୍.ଇ.ଏମ୍ ମାନଙ୍କୁ ଅବିଳମ୍ବେ ପ୍ରମାଣ ପ୍ରଦାନ କରିବା, ଆକ୍ରୋଶମୂଳକ ଛଟେଇ ବନ୍ଦ କରିବା ସହିତ ରିଜୋଲୁସନ୍ ହୋଇଥୁବା ଏସ୍.ଇ.ଏମ୍ ମାନଙ୍କ ପମ୍ପ ଚଳେଇବା ପାଇଁ ନିଯୁକ୍ତି ଦେବା, ଏସ୍ଇଏମ୍ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା, ସରକାରୀ କର୍ମଚାରୀର ମାନ୍ୟତା ପର୍ଯ୍ୟନ୍ତ ଦୈନିକ ସର୍ବନିମ୍ନ ମଜୁରି ପ୍ରଦାନ କରିବା, ସ୍ଵାଭାବିକ ମୃତ୍ୟୁ ପାଇଁ ୫ଲକ୍ଷ ଓ କାମ କରୁଥିବା ସମୟରେ ମୃତ୍ୟୁଜନିତ ସହାୟତା ୧୦ଲକ୍ଷ ଟଙ୍କା ପ୍ରଦାନ କରିବା, ଛୁଟି ନେବାର ବ୍ୟବସ୍ଥା ସହିତ ବୀମାର ବ୍ୟବସ୍ଥା କରିବା ପ୍ରମୁଖ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଆର ଡବ୍ଲୁ ଏସ୍ ଏସ୍ ନିର୍ବାହୀ ଯନ୍ତ୍ରୀଙ୍କ ଜରିଆରେ ଦିଆଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق