BREAKING
Loading...
:

ତୃତୀୟ ଥର ପାଇଁଁ ଭାରତ ଟି-ଟ୍ବେଣ୍ଟି ବିଶ୍ଵକପ ଚାମ୍ପିଅନ,ବୁମରାଙ୍କ ଘାତକ ବୋଲି°ରେ ନ୍ୟୁଜିଲାଣ୍ଡ ଧରାଶାୟୀ

 ତୃତୀୟ ଥର ପାଇଁଁ ଭାରତ ଟି-ଟ୍ବେଣ୍ଟି ବିଶ୍ଵକପ ଚାମ୍ପିଅନ, ସଞ୍ଜୁ, ଅଭିଷେକ,ଇଶାନଙ୍କ ଅର୍ଧଶତକ, ଫାଇନାଲରେ ଭାରତର ଏକତରଫା ବିଜୟ


ବ୍ୟୁରୋ (ମଣିଭଦ୍ରା ଖବର) ଅହମଦାବାଦ ଠାରେ ଚାଲିଥିବା ପୁରୁଷ ଟି-ଟ୍ବେଣ୍ଟି ବିଶ୍ଵକପର  ଫାଇନାଲରେ ପରସ୍ପରକୁ ଭେଟିଥିଲେ ଭାରତ ଏବଂ ନ୍ୟୁଜିଲାଣ୍ଡ  । ଟସ୍ ଜିତି ପ୍ରଥମେ ଫିଲଡି° ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ବିଶାଳ ୨୫୫ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ସଞ୍ଜୁ ସାମସନ ୮୯ ରନ୍, ଅଭିଷେକ ଶର୍ମା ୫୨ ରନ୍,ଇଶାନ କିଶାନ ୫୪ ରନ୍,ଶିବମ୍ ଦୁବେ ଦ୍ରୁତ ୨୮ ରନ୍ ରନ୍ ସଂଗ୍ରହ କରିଥିଲେ । ଭାରତ ପ୍ରଥମ ଇନିଙ୍ଗସରେ ୧୯ଟି ଛକା ମାରିଥିଲା । ଜବାବରେ ନ୍ୟୁଜିଲାଣ୍ଡ  ୧୯ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର  ୧୫୯ ରନ୍ ସଂଗ୍ରହ କରି ମ୍ୟାଚଟିକୁ ହାରି ଯାଇଥିଲା ‌। ବୋଲି°ରେ ଅକ୍ଷର ପଟେଲ ୩ଟି, ଯଶପ୍ରୀତ ବୁମରା ୪ଟି,ବରୁଣ ଚକ୍ରବର୍ତ୍ତୀ ୧ଟି, ହାର୍ଦ୍ଦିକ ପାଣ୍ଡ୍ୟା ୧ଟି ଉଇକେଟ ଅକ୍ତିଆର କରିଥିଲେ। ଭାରତୀୟ ବୋଲି° ଆଗରେ ଧରାଶାୟୀ ହୋଇଯାଇଥିଲା ନ୍ୟୁଜିଲାଣ୍ଡ  । ଫଳରେ ଭାରତ ତୃତୀୟ ଥର ପାଇଁଁ ଟି-ଟ୍ବେଣ୍ଟି ବିଶ୍ଵକପରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ଆଜି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ମହେନ୍ଦ୍ର ସିଂ ଧୋନି,ରୋହିତ ଶର୍ମାଙ୍କ ସମେତ ବହୁ ବରିଷ୍ଠ ରାଜନେତା,ଫିଲ୍ମଷ୍ଟାର ତଥା ପୂର୍ବତନ କ୍ରିକେଟ୍ ଖେଳାଳି ଉପସ୍ଥିତ ଥିଲେ । ଭାରତର ଏହି ବିଜୟ ପରେ ସାରା ଭାରତରେ ବିଜୟ ଉତ୍ସବ ପାଳନ କରାଯାଇଛି । ଭାରତ ବ୍ୟାଟିଂ, ବୋଲି° ଏବଂ ଫିଲଡି°ରେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ଚାମ୍ପିଅନ ହୋଇଥିଲା । ସମସ୍ତ ପ୍ରକାରର ପୂର୍ବାନୁମାନ, ରେକର୍ଡକୁ ଭୁଲ୍ ପ୍ରମାଣିତ କରିଛି ସୂର୍ଯ୍ୟ ବାହିନୀ । କ୍ରିଡ଼ା ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । 

ମଣିଭଦ୍ରା ଖବର 

Post a Comment

أحدث أقدم
Header ADS