BREAKING
Loading...
:

ଅଗ୍ନିକାଣ୍ଡରେ ସାତ ପରିବାର ସର୍ବସ୍ୱାନ୍ତ।୧୫ ବଖରା ଘର ସହିତ ସମସ୍ତ ଆସବାବ ପତ୍ର ଏବଂ ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ।

 ଅଗ୍ନିକାଣ୍ଡରେ ସାତ ପରିବାର ସର୍ବସ୍ୱାନ୍ତ।୧୫ ବଖରା ଘର ସହିତ ସମସ୍ତ ଆସବାବ ପତ୍ର ଏବଂ ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ।



ଅଗ୍ନିବିପନ୍ନ ପରିବାରଙ୍କୁ ପୂର୍ବତନ ସାଂସଦଙ୍କ ସହାୟତା ପ୍ରଦାନ।


ନୂଆବଗ,ହିନ୍ଦୋଳ,ଢେଙ୍କାନାଳ। 

           ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ଗାଁରେ   ଦିନ  ପ୍ରାୟ ୧୨ ଘଟିକା ସମୟ ରେ ଅଗ୍ନିକାଣ୍ଡ ଘଟି ସର୍ବସ୍ବlନ୍ତ ହୋଇଯାଇଛନ୍ତି ସାତଟି ପରିବାର।ଏହି ଗ୍ରାମର ସାତଟି ପରିବାରର ମୋଟ ୧୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି।କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ରାସୋଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।ଅଗ୍ନିକାଣ୍ଡ ପାଇଁ ଘରର ସମସ୍ତ ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଜଳି ନଷ୍ଟ ହୋଇଯାଇ ଥିବାବେଳେ ଗୁହାଳରେ ବନ୍ଧା ଯାଇଥିବା ଏକ ବାଛୁରୀ ମଧ୍ୟ ଜୀବନ୍ତ ପୋଡ଼ିଯାଇଥିବାର ବିକଳ ଦୃଶ୍ୟ ଦେଖିବାକୁ ମିଳିଥିଲା।

         ତେବେ ଅଦ୍ୟାବଧି ସରକାରଙ୍କ ତରଫରୁ କୌଣସି ସହାୟତା ମିଳି ନଥିବା ବେଳେ ନୂଆବଗ ପଞ୍ଚାୟତ ର ସରପଞ୍ଚ ମାନସ ଦେହୁରୀ ଅଗ୍ନି ବିପନ୍ନ ପରିବାର ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି। ତତ୍ ସହିତ ଏଭଳି ମହାବିପତ୍ତି ରେ ପଡ଼ିଥିବା ଲୋକ ମାନଙ୍କୁ ଆଞ୍ଚଳିକ ସ୍ତରରେ ଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନ ସହୃଦୟ ବ୍ୟକ୍ତି ବିଶେଷ ମାନଙ୍କୁ ସହାୟତା ର ହାତ ବଢ଼ାଇବା କୁ ଅନୁରୋଧ ରଖିବା ସହିତ ସରକାରଙ୍କୁ ତ୍ୱରିତ ପଦକ୍ଷେପ ପୂର୍ବକ ଆବାସ ଯୋଜନା ରେ ଘର ଯୋଗାଇ ଦେବା ସହିତ ଆନୁଷଙ୍ଗିକ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ ରଖିଛନ୍ତି।

         ତେବେ ନୂଆବଗ ଗାଁରେ ଅଗ୍ନିକାଣ୍ଡ ଘଟି ସର୍ବସ୍ବlନ୍ତ ହୋଇଥିବା ପରିବାରଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ମହେଶ ସାହୁ । ଏଭଳି ହୃଦୟ ବିଦାରକ ଘଟଣା ସମ୍ପର୍କରେ ଖବର ପାଇ ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ଘଟଣାସ୍ଥଳରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ ଏବଂ ସମସ୍ତ ପରିବାରକୁ ଶୁଖିଲା ଖାଦ୍ୟ ପୁଡିଆ, ମହିଳା ଓ ପୁରୁଷ  ଲୋକମାନଙ୍କୁ ବସ୍ତ୍ର,  କମ୍ବଳ ଆଦି ପ୍ରଦାନ କରିଥିଲେ।ତେବେ ଗ୍ରାମର ନରିଆ ବିଶ୍ୱାଳ, ଗୋଲେଖ ବିଶ୍ୱାଳ, ଗlଣ୍ଡୁ ବିଶ୍ୱାଳ, ଦିବାକର ବିଶ୍ୱାଳ, ସୁବାସ ବିଶ୍ୱାଳ, ସିପୁନ ବିଶ୍ୱାଳ, ଭାସ୍କର ପ୍ରଧାନ, ପ୍ରକାଶ ପ୍ରଧାନ, ପ୍ରମୋଦ ପ୍ରଧାନ ପ୍ରମୁଖଙ୍କ ଘର ପୋଡି ଯାଇ ସର୍ବସ୍ୱାନ୍ତ ହୋଇଯାଇଥିବାବେଳେ ସମ୍ପୃକ୍ତ କ୍ଷତିଗ୍ରସ୍ତ ମାନଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା, କ୍ଷତିପୂରଣ ଏବଂ ପକ୍କା ଘର ଯୋଗାଇଦେବା ପାଇଁ ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ମଧ୍ୟ ଦାବି କରିଛନ୍ତି । ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁଙ୍କ ସହ ହିନ୍ଦୋଳ ବ୍ଲକ ବିଜେଡି ସଭାପତି ଦେବୀପ୍ରସାଦ ପଟ୍ଟନାୟକ, ଜିଲ୍ଲା ବିଜେଡି ସମ୍ପାଦକ ପ୍ରଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଅଗ୍ନି ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS