BREAKING
Loading...
:

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡ଼ା ଗ୍ରାମ ପଞ୍ଚାୟତରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବାକୁ ନେଇ ବର୍ତ୍ତନ ବ୍ୟାଙ୍କ ଉଦଘାଟିତ

 



ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡ଼ା ଗ୍ରାମ ପଞ୍ଚାୟତରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବାକୁ ନେଇ ବର୍ତ୍ତନ ବ୍ୟାଙ୍କ ଉଦଘାଟନ ସହ ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷେଧ ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା। ଗ୍ରାମ ପଞ୍ଚାୟତ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ ସୁରର ଅଧୂକାରୀମାନେ ଯୋଗଦେଇ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ପାଇଁ ଗ୍ରାମବାସୀଙ୍କୁ ସଚେତନ କରିଥିଲେ।ଏହି ଅବସରରେ ଜିଲ୍ଲା ସ୍ତରୀୟ SUP ଟିମ ଭାବରେ ଶ୍ରୀ ପ୍ରହଲ୍ଲାଦ ସାହୁ (SE, RWS & S), 11 ตูด ๑ (DD Planning), 11 ฐิศดู เด (SWO, Nuapada) ଓ ଶ୍ରୀ ସତ୍ୟନାରାୟଣ ତ୍ରିପାଠୀ (DPM, NHM Nuapada) ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେହିପରି ବ୍ଲକ ସ୍ତରୀୟ SUP ଟିମ ଭାବରେ ଶ୍ରୀ ପୁଣ୍ଡରୀକାକ୍ଷ ହୋତା (BRC, Sinapali), ଶ୍ରୀ ସୁନୀଲ କୁମାର ସାମଲ (WEO, Sinapali) ଓ ଶ୍ରୀ ହରେକୃଷ୍ଣ ନାଏକ (BSSO, Sinapali) ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କାର୍ଯ୍ୟକ୍ରମରେ ବର୍ତ୍ତନ ବ୍ୟାଙ୍କର ଶୁଭ ଉଦଘାଟନ କରାଯାଇ ଗ୍ରାମବାସୀମାନଙ୍କୁ ବିବାହ, ପୂଜା, ଉତ୍ସବ ଓ ବିଭିନ୍ନ ସାମୁହିକ କାର୍ଯ୍ୟକ୍ରମ ସମୟରେ ପ୍ଲାଷ୍ଟିକ ପ୍ଲେଟ, ଗ୍ଲାସ ଓ ଅନ୍ୟାନ୍ୟ ଏକକ ବ୍ୟବହୃତ ପଦାର୍ଥ ବ୍ୟବହାର ନକରି ବର୍ତ୍ତନ ବ୍ୟାଙ୍କର ବାସନ ବ୍ୟବହାର କରିବାକୁ ଆହ୍ୱାନ ଦିଆଯାଇଥିଲା। ବକ୍ତାମାନେ କହିଥିଲେ ଯେ ଏହା ଫଳରେ ପ୍ଲାଷ୍ଟିକ ଆବର୍ଜନା କମିବା ସହ ପରିବେଶ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ ।ଏହାସହ ଏକକ ବ୍ୟବହୃତ ପ୍ଲାଷ୍ଟିକର କୁପ୍ରଭାବ ବିଷୟରେ ଉପସ୍ଥିତ ଅଧୂକାରୀମାନେ ଗ୍ରାମବାସୀଙ୍କୁ ବିସ୍ତାରିତ ଭାବରେ ଜଣାଇଥିଲେ ଓ ପ୍ଲାଷ୍ଟିକ ବ୍ୟବହାର କମାଇ ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ।ଏହି ଅବସରରେ ଚଟିଆଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରମାନଙ୍କୁ ସ୍ବଚ୍ଛତା ବଜାୟ ରଖୁବା ପାଇଁ ଡଷ୍ଟବିନ ସହ ଫିନାଇଲ ଓ ହ୍ୟାଣ୍ଡୱାଶ ବଣ୍ଟନ କରାଯାଇଥିଲା। ସେହିପରି ଗ୍ରାମପଞ୍ଚାୟତ ଅଞ୍ଚଳର ସମସ୍ତ ଦୋକାନମାନଙ୍କୁ ମଧ୍ୟ ଡଷ୍ଟବିନ ବଣ୍ଟନ କରାଯାଇ ପରିବେଶ ସ୍ବଚ୍ଛ ରଖୁବାକୁ ଆହ୍ୱାନ କରାଯାଇଥିଲା।କାର୍ଯ୍ୟକ୍ରମରେ ମିଶନ ଶକ୍ତି ଗୋଷ୍ଠୀ ସଦସ୍ୟା, ଅଙ୍ଗନୱାଡ଼ି କର୍ମୀ, ସ୍ବଚ୍ଛ ସାଥୀ, ଯୁବକ ଓ ଗ୍ରାମବାସୀମାନେ ବ୍ୟାପକ ଭାବରେ ଯୋଗଦେଇ ପ୍ଲାଷ୍ଟିକ ମୁକ୍ର ଗ୍ରାମ ଗଠନ ପାଇଁ ସଙ୍କଳ୍ପ ନେଇଥିଲେ। ଶେଷରେ ଗ୍ରାମ ପଞ୍ଚାୟତ ପକ୍ଷରୁ ସମସ୍ତଙ୍କୁ ପରିବେଶ ସୁରକ୍ଷା ପାଇଁ ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS