ନିଶାଶକ୍ତ ଡ୍ରାଇଭରଙ୍କ ବେପରୁଆ ଗାଡିଚାଳନା ପାଈଁ
ଓଲଟିଲା ପାଉଁଶ ବୋଝେଇ ହାଇବା ଗାଡ଼ି
ବାଙ୍କୀ, 6/3(ମାନସ ରଞ୍ଜନ ସାହୁ):ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ଟି ସେତୁ ରୁ ବାଙ୍କୀ-କଳାପଥର ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ବାଟରେ ଏକ ପାଉଁଶ ବୋଝେଇ ହାଇବା ଗାଡି ଭାରସାମ୍ୟ ହରାଇ ଓଲଟି ପଡିଛି l.ଅଳ୍ପକେ ବଞ୍ଚି ଯାଇଛନ୍ତି ଚାଳକ l ଆଜି ମଧ୍ୟାହ୍ନରେ ତାଳଚେରରୁ ବଡ଼ମ୍ବା ବ୍ଲକ ଗୋପୀନାଥପୁର-ବୈଦ୍ୟେଶ୍ୱର ଟି ସେତୁ ଦେଇ ଅଳସୁଆ ଇଟା ଫାକ୍ଟ୍ରି କୁ ପାଉଁଶ ବୋଝେଇ ହାଇବା ଗାଡ଼ି ଆସୁଥିଲା. ଉକ୍ତ ଗାଡିର ଡ୍ରାଇଭର ଅତ୍ୟଧିକ ଭାଙ୍ଗ ଏବଂ ଗଞ୍ଜେଇ ନିଶା ସେବନ କରିଥିବା କାରଣରୁ ରାସ୍ତା କଡ଼ରେ ଥିବା ମେଗା ପାନୀୟ ଜଳ ପ୍ରୋଜେକ୍ଟ ର 33କେଭି ବିଦ୍ୟୁତ ଖୁଣ୍ଟ କୁ ଧକ୍କା ଦେଇ ଖାତକୁ ଓଲଟି ପଡିଛି.
ଦୃଘଟଣା ଗ୍ରସ୍ତ ଗାଡ଼ି ନଂ O D 05 B N 4985 ର ଡ୍ରାଇଭର ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି. ଖବର ପାଇ ବୈଦ୍ୟେଶ୍ୱର ଥାନା ଅଧିକାରିଣୀ ଦୁର୍ଗେଶ ନନ୍ଦିନୀ ମହାନ୍ତି ଘଟଣା ସ୍ଥଳକୁ ଯାଇ ହାଇବା ଗାଡିକୁ ଜବତ କରିବାସହ ଏହାର ଡ୍ରାଇଭର କୁ ଅଟକ ରଖିଛନ୍ତି l ସୂଚନା ଥାଉକି ପରିବେଶ ନିୟମ ଏବଂ ଭାରି ମଟର ଜାନ ଚଳାଚଳ ନିୟମ ଅନୁଯାଇ ସନ୍ଧ୍ୟା 8ଟାରୁ ସକାଳ 8ଟା ପର୍ଯ୍ୟନ୍ତ ମାଲ ପରିବହନ ପାଈଁ ବିଭୀଗୀୟ ଦୃଷ୍ଟି ଦେବାକୁ ବାଙ୍କୀ ଉପଜିଲ୍ଲାପାଳ ଙ୍କ ନିକଟରେ ସାଧାରଣ ରେ ଦାବୀ ହେଉଛି ।
ମଣିଭଦ୍ରା ଖବର, ବାଙ୍କୀ


إرسال تعليق