BREAKING
Loading...
:

ହୋଲି ରେ ଶିକାରୀ ଟେଲି ଫିଲ୍ମ ର ମୁ ଦିୱାନି ଦିୱାନି ହେଲି ତ ପ୍ରେମ ରେ ଭିଡ଼ିଓ ଗୀତ ରିଲିଜ ରାଜ ଓ ସ୍ଵାଗତିକା ଙ୍କ ଚମକୃତ ଅଭିନୟ

 




ହୋଲି ରେ ଶିକାରୀ ଟେଲି ଫିଲ୍ମ ର ମୁ ଦିୱାନି ଦିୱାନି ହେଲି ତ ପ୍ରେମ ରେ ଭିଡ଼ିଓ ଗୀତ ରିଲିଜ ରାଜ ଓ ସ୍ଵାଗତିକା ଙ୍କ ଚମକୃତ ଅଭିନୟ

ବ୍ରହ୍ମପୁର ,

ଗଞ୍ଜାମ ଜିଲ୍ଲା କଳା ସଂସ୍କୃତି ଓ କଳାକାରଙ୍କ ଅର୍ପୁବ ଭଣ୍ଡାର, ରଣପା, ଦାସ କାଠିଆ, ଭାରତ ଲୀଳା, ପ୍ରହ୍ଲାଦ ନାଟକ, ରାଧା ପ୍ରେମ ଲୀଳା, କୃଷ୍ଣ ଲୀଳା, ବାଘ୍ ନାଚ ଓ ଦଣ୍ଡ ନାଚ ବିଶ୍ଵ ଦରବାର ରେ ସୁ ପ୍ରସିଦ୍ଧ। ତତ୍ ସଙ୍ଗେ ଓଡ଼ିଶୀ, ଭାରତ ନାଟ୍ୟମ୍ ସହ ବିଭିନ୍ନ ଲୋକ ନୃତ୍ୟ ଓ ଆଧୁନିକ ନୃତ୍ୟ ରେ ମଧ୍ୟ ଆମ କଳାକାର ମାନେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛନ୍ତି।କଳାକାର ମାନଙ୍କୁ ଅଧିକ ପ୍ରୋତ୍ସାହନ ସରକାରୀ ଓ ବେସରକାରୀ ସ୍ତରରେ ଯୋଗାଇ ପାରିଲେ ଆହୁରି  ବହୁ ଉଚ୍ଚ କଳାକାର ସୃଷ୍ଟି ହୋଇ, ଜିଲ୍ଲା ନିମନ୍ତେ ସୁନାମ ଆଣିପାରିବେ।  

ରଙ୍ଗ ର ପର୍ବ ହୋଲି ରେ ଏଲ ବି ମି୍ୟୁଜିକ ପ୍ରୋଡକ୍ସନ ସହୋଜୋଗରେ ଶିକାରୀ ଟେଲି ଫିଲ୍ମ ର ମୁ ଦିୱାନି ଦିୱାନି ହେଲି ତ ପ୍ରେମ ରେ ଭିଡ଼ିଓ ଗୀତ ରିଲିଜ ହୋଇଯାଇଛି। ପ୍ରଡକ୍ସନ ତରଫରୁ କେବଳ ଗଞ୍ଜାମ କଳାକାର, ନିର୍ଦ୍ଦେଶକ କେମେରା  ମେନ ଙ୍କୁ ନେଇ ପ୍ରଥମ୍ ସୁନ୍ଦର୍ ଶିକାରୀ ଟେଲି ଫିଲ୍ମ କୁ ଅତିଥି ମାନଙ୍କ କର କମଳ ରେ ରିଲିଜ କରାଯାଇଥିଲା।ଏଥିରେ ମୁଖ୍ୟ ନାୟକ ରାଜ ସାହୁ ଏବଂ ନାୟିକା ସ୍ଵାଗତିକା  ଙ୍କ ନୃତ୍ୟ ଓ ଅଭିନୟ ବେଶ ପ୍ରଶଂସନୀୟ ହୋଇଥିବା ସହ ନାୟକ ରାଜ ସାହୁ ଓ ଅନ୍ୟ କଳାକାର ଙ୍କ ନୃତ୍ୟ ଓ ଅଭିନୟ ମଧ୍ୟ  ଆହୁରି ଆକର୍ଷଣ କରିପାରିଛି। ନିର୍ଦ୍ଦେଶକ ଶ୍ରୀ ବସନ୍ତ ରାଉଳ ଙ୍କ ନିର୍ଦ୍ଦେଶନାରେ ଗୀତିକାର ଶ୍ରୀ ଦେବାଶିଷ ପାଢ଼ୀ ଓ ଅର୍ପିତା ଚୌଧୁରୀ,କୋରିଓ ଗ୍ରାଫ୍ରର ରାଜ ସାହୁ , ସଙ୍ଗୀତ  ନିର୍ଦ୍ଦେଶକ ଶ୍ରୀ ଦିଲୀପ କୁମାର, ଲିରିକ ଆଶୁତୋଷ ବାରିକ, କ୍ୟାମେରା ପରିଚାଳନା ଶ୍ରୀକାନ୍ତ, ଏଡିଟିଂ ରାଜ ସ୍ତୁଡ଼ିଓ ଙ୍କ ସହିତ ରାଜା ପି ଏବଂ ମିଡ଼ିଆ ପାର୍ଟନର ରୂପେ ସ୍ୱତନ୍ତ୍ର ନିଉଜ଼ ସମ୍ପୂର୍ଣ ଦ।ଇତ୍ବ ନେଇଛନ୍ତି। ଏଲ ବି ମ୍ମୁ ଜ଼ୀକ ପ୍ରୋଡକ୍ସନ ସଂଯୋଜନାରେ ଟେଲି ଫିଲ୍ମ ଶିକାରୀ ଅତି ସୁନ୍ଦର ହୋଇ ପାରିଛି।  ଏଲ ବି ମ୍ମୁ ଜ଼ୀକ ର ପ୍ରଥମ୍ ଅବଦାନ ପରେ ପରେ ଅନେକ ଆଲବମ୍ ଓ ଚଳଚ୍ଚିତ୍ର ପ୍ରସ୍ତୁତ କରାଯିବ ବୋଲି ପ୍ରଜଯୋକ ଏ ଲ ବି ପ୍ରୋଡକ୍ସନ ତରଫରୁ ସୂଚନା ଦେଇଛନ୍ତି। ଶ୍ରୀ ମଣ୍ଟୁ ପାତ୍ର co- producer ଦାୟିତ୍ୱ ନେଇଥିବା ବେଳେ ଶ୍ରୀ ସ୍ୱାଧୀନ କୁମାର ପାତ୍ର କାଯ୍ୟକାରୀ ମୁଖ୍ୟ ଦାୟିତ୍ୱ ତୁଳାଇଛନ୍ତି। କାର୍ଯ୍ୟକ୍ରମ ରେ ବହୁ ସାଂସ୍କୃତିକ ଅନୁଷ୍ଠାନ ର ପ୍ରତିନିଧି, ଗଣମାଧ୍ୟମ ବ୍ୟକ୍ତିତ୍ଵ ଓ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS