କୋରାପୁଟ /
କୋରାପୁଟ ରେ ବିଶ୍ୱ ଜକ୍ଷ୍ମା ଦିବସ ପାଳିତ l
କୋରାପୁଟ ସ୍ଥିତ ଟାଉନ ଆରୋଗ୍ୟ ମନ୍ଦିର ଠାରେ ବିଶ୍ୱ ଜକ୍ଷ୍ମା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଏଡ଼ିପିଏ ଚ ଓ ଯକ୍ଷ୍ମା ଡ଼ ସାଇଶ୍ଵରୂପ ଅନ୍ୟ ଅତିଥିଭାବେ ଏ ଡ଼ି ପି ଏ ଚ ଓ ଡ଼ ସନ୍ଧ୍ୟା ରାଣୀ ଡ଼ ରେଣୁକା ଦାଶ ଡ଼ ମୁକ୍ତିକାନ୍ତ ଖଟୁଆ ଡିପି ସି ଶ୍ରୀମତୀ ବନିତା ସାମଲ ପିପି ଏ ମ ସୁନୀଲ ଘଡେଇ ରୋଜାଲିନ ମିଶ୍ର ଯୋଗଦେଇ ଏହି ଦିବସ ର ତାପଯ୍ୟ ଉପରେ ଆଲୋକପାତ କରିବା ସହ ଉଲେଖ୍ୟନିୟ କାଯ୍ୟ ପାଇଁ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ପୁରସ୍କୃତ କରିଥିଲେ l ଡ଼ି ପି ଏ ମ ଉମେଶ ଷଢ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ l ଯକ୍ଷ୍ମା ବିଭାଗ ର ରାହୁଲ ପଟନାୟକ ପି ରାଜେଶ କୁମାର ଅସିତ ନନ୍ଦ ଓ ମେଡିକାଲ ଷ୍ଟାପ ସମସ୍ତ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ l ସୂଚନା ଯୋଗ୍ୟ ଜିଲ୍ଲା ରେ ଦୁଇ ହଜାର ରୁ ଉର୍ଦ୍ଧ ଜକ୍ଷ୍ମା ରୋଗୀ ବିନା ଶୁଳ୍କ ରେ ଚିକିତ୍ସା ଓ ଔଷଧ ସେବନ କରୁଥିବା ବେଳେ ଛଅ ପନ ଟି ଗ୍ରାମ ପଞ୍ଚାୟତ କୁ ଚୟନ କରିକି ବିନା ମୂଲ୍ୟ ରେ ଏହି ସେବା ପ୍ରଦାନ କରାଯାଉଥିବା ବିଭାଗୀୟ ସୂତ୍ର ରୁ ପ୍ରକାଶ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق