BREAKING
Loading...
:

ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଚୋରା କାରବାର ନେଇ ଟିଟିଲାଗଡ଼ ଯୋଗାଣ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ*

 *ବେଆଇନ ଭାବେ  ଗ୍ୟାସ ସିଲିଣ୍ଡର ଚୋରା କାରବାର ନେଇ  ଟିଟିଲାଗଡ଼ ଯୋଗାଣ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ* 



*ବଲାଙ୍ଗୀର/ଟିଟିଲାଗଡ଼* - *ଏବେ ଇରାନ ଓ ଆମେରିକା ମଧ୍ୟରେ ଘମାଘୋଟ ଲଢେଇ ଜୋରଦାର ହୋଇଥିବା ବେଳେ ଅନ୍ୟ ଦେଶରେ ତେଲ ଏବଂ ଗ୍ୟାସ ଯୋଗାଣରେ ସମସ୍ୟା ଉପୁଜିଛି*। *ସେହିଭଳି ଦେଶରେ ଜନ ସାଧାରଣ ଡରରେ ନିଜ ପାଇଁ ଗ୍ୟାସ ସିଲିଣ୍ଡର ନେବା ପାଇଁ ପ୍ରତିଦିନ ଗ୍ୟାସ ଡିପୋରେ ଭିଡ ଜମାଉଛନ୍ତି*।  *ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଟିଟିଲାଗଡ଼ ଯୋଗାଣ ନିରୀକ୍ଷକ ଚନ୍ଦ୍ର ଶେଖର ନାହାକ, ସହକାରୀ ଯୋଗାଣ ବିଭାଗର ଅଧିକାରୀ ଗୋକୁଳ ଚନ୍ଦ୍ର ଭୋଇ , ବିଭାଗର ସୁରେଶ କୁମାର ସାହୁ ଓ ଏସ ଡି ପି ଓ ଶ୍ରୀଯୁକ୍ତ ଯଶୋବନ୍ତ ନାରାୟଣ ପ୍ରଧାନି,  ଥାନାଧିକାରୀ ଶ୍ରୀ ମନୋଜ କୁମାର ମୁଣ୍ଡା ରିସଭ ନଗର ସ୍ଥିତ ଜୈନ ଫୁଟ ୱେର ମାଲିକ ଅମିତ ଜୈନଙ୍କ ଘରୁ ସାତୋଟି ଗ୍ୟାସ ସିଲିଣ୍ଡର ଜବତ କରିଥିବା ସହ ଭାରତ ଗ୍ୟାସ ଡିପୋ କଡ଼ରେ ଥିବା ମଦନ ଲାଲ ଜୈନଙ୍କ ଗ୍ୟାସ ମରାମତି ଦୋକାନରୁ ଆଉ ଚାରିଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି* । *ଏ ନେଇ ଗୋଟିଏ କମ୍ପାନୀର ଗ୍ରାହକ ପତ୍ରିକା  ଥିବା ବେଳେ ଅନ୍ୟ ବିଭିନ୍ନ କମ୍ପାନୀର ଗ୍ୟାସ ସିଲିଣ୍ଡର ଥିବା ବେଳେ ସେ ସବୁ ଜବତ ହୋଇଥିବା ସୂଚନା ମିଳିଛି*।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS