ଓଡିଶା ରାଜ୍ୟ ମହିଳା ଆୟୋଗ ଦ୍ୱାରା କୋରାପୁଟର ସ୍କିଲ୍ ଡିଭେଲପମେଣ୍ଟ ସେଣ୍ଟରରେ ଜନ ସୁନାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହେବା ପରେ, ଦଳଟି ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଚାଲୁଥିବା ବିଭିନ୍ନ ମହିଳା ସହାୟତା ସଂସ୍ଥାଗୁଡିକୁ ପରିଦର୍ଶନ କରିଥିଲେ।
ଏହି ପରିଦର୍ଶନକୁ ଅଧ୍ୟକ୍ଷା ଶ୍ରୀମତୀ ସୋଭନା ମହାନ୍ତି ଓ ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ ନେତୃତ୍ୱ ଦେଇଥିଲେ। ସେମାନଙ୍କ ସହ ଦୁଇଜଣ କାଉନ୍ସେଲର ଓ ଜଣେ ଲିଗାଲ୍ ଆସିଷ୍ଟାଣ୍ଟ ମଧ୍ୟ ଉପସ୍ଥିତ ଥିଲେ। ଡିଏସଡବ୍ଲ୍ୟୁଓ ଶ୍ରୀମତୀ ଜ୍ୟୋତ୍ସ୍ନା ପାଢ଼ୀ, ପ୍ରୋଟେକ୍ସନ୍ ଅଫିସର ଶ୍ରୀମତୀ ସବିତା ସାମଦର ଓ ଡିଏଚଇଡବ୍ଲ୍ୟୁ କୋରାପୁଟ କର୍ମଚାରୀମାନେ ମଧ୍ୟ ଦଳ ସହ ଯୋଗ ଦେଇଥିଲେ।
ଦଳଟି କୋରାପୁଟର ଜାନିଗୁଡା ଓ ମହାବୀର ନଗରରେ ଅବସ୍ଥିତ ଶକ୍ତି ସଦନକୁ ପରିଦର୍ଶନ କରିଥିଲେ। ସେଠାରେ ସେମାନେ ପ୍ରତ୍ୟେକ ଅବସ୍ଥାପିତଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ସ୍ୱାବଳମ୍ବୀ କରିବା ପାଇଁ କ୍ଷମତା ବୃଦ୍ଧିର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ଅନ୍ୟମାନଙ୍କର ମଧ୍ୟ୍ୟରେ ଶକ୍ତି ସଦନ ମହିଳା ହବ ର ସlମସ୍ଥ୍ୟ ଯଶସ୍ୱନି ପଟନାୟକ ଉପସ୍ଥିତ ଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق