BREAKING
Loading...
:

ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଅନୁଜା ଙ୍କୁ ଶୁଭେଚ୍ଛାର ସୁଅ

 ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଅନୁଜା ଙ୍କୁ ଶୁଭେଚ୍ଛାର ସୁଅ           


                                                       

ବ୍ରହ୍ମପୁର, - : ନୂତନ ଭାବେ ଦାୟିତ୍ୱ ପାଇଥିବା ମହିଳା ଯୁବମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଅନୁଜା ନନ୍ଦ ବିଶ୍ୱାଳ ଙ୍କୁ ଭାରତୀୟ ଜନତା ପାର୍ଟି ତରଫରୁ ବହୁ ମହିଳା କାର୍ଯ୍ୟକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ମହିଳା ମୋର୍ଚ୍ଚା ସଂଘଠନ କୁ ସୁଦୃଢ କରିବା ଲାଗି ସେ ରାଜ୍ୟ ସଭାନେତ୍ରୀ ଡ଼ା ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଙ୍କ ପରାମର୍ଶ ଓ ସହଯୋଗ ନେଇ କାମ କରିବେ ବୋଲି ଅନୁଜା କହିଛନ୍ତି ।ବର୍ତ୍ତମାନ ତାଙ୍କୁ ଏପରି ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ସେ ଖୁସି ଅନୁଭବ କରିବା ସହ ଏଥିଲାଗି ସେ ରାଜ୍ଯ ସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ, ସଂଘ ସଂଗଠନ ମହାମନ୍ତ୍ରୀ ଶ୍ରୀ ମାନସ ମହାନ୍ତି, ଖଣି ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଏବଂ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।ସୂଚନା ଯୋଗ୍ୟ ଅନୁଜା ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ କାର୍ଯ୍ୟକରି ବିଜେପି ସଂଗଠନ କୁ ଆଗକୁ ନେବା ସହ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା କିପରି ଲୋକଙ୍କ ନିକଟରେ ପହଞ୍ଚିପାରିବ ସେଥି ଲାଗି ବହୁ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇପାରିଥିଲେ । ଆଗକୁ ମଧ୍ୟ ପାର୍ଟି ର ନିୟମ ମୁତାବକ ସମସ୍ତ କାଯ୍ୟ ଜାରି ରଖିବେ ବୋଲି ଅନୁଜା କହିଛନ୍ତି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଆଦର୍ଶ ଓ ବିକାଶର ଧାରା ତାଙ୍କୁ ଆହୁରି ଭଲ ମାର୍ଗ ଦେଖାଇବ ବୋଲି ସେ କହିବା ସହ ବିଜେପି ଲୋକଙ୍କ ସରକାର ବୋଲି ପ୍ରକାଶ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS