ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ... ସୁପ୍ରିମକୋର୍ଟ
ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମୌଖିକ ଟିପ୍ପଣୀ ଦେଇଛନ୍ତି। ଏକ ବଳାତ୍କାର ମାମଲାର ଜାମିନ ଆବେଦନ ଶୁଣାଣି ସମୟରେ ଜଷ୍ଟିସ୍ ବିଭି ନାଗରତ୍ନ ଏବଂ ଜଷ୍ଟିସ୍ ଉଜ୍ଜଲ ଭୁୟାଁଙ୍କ ଖଣ୍ଡପୀଠ କହିଛନ୍ତି ଯେ, 'ବିବାହ ପୂର୍ବରୁ ପୁଅ ଓ ଝିଅ ପରସ୍ପର ପାଇଁ ଅଜଣା ହୋଇଥିବାରୁ ଏଭଳି ସମ୍ପର୍କ ରଖିବା ପୂର୍ବରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉଚିତ୍'।
ଜଷ୍ଟିସ୍ ନାଗରତ୍ନ କହିଥିଲେ, 'ବୋଧହୁଏ ଆମେ ପୁରୁଣା ଚିନ୍ତାଧାରାର, କିନ୍ତୁ ବିବାହ ପୂର୍ବରୁ ଜଣେ ପୁଅ ଏବଂ ଝିଅ ଅଜଣା ହୋଇଥାନ୍ତି। ସେମାନଙ୍କ ସମ୍ପର୍କ ଯେତେ ନିବିଡ଼ ହୋଇଥିଲେ ମଧ୍ୟ ବିବାହ ପୂର୍ବରୁ ସେମାନେ କିପରି ଶାରୀରିକ ସମ୍ପର୍କ ରଖୁଛନ୍ତି, ତାହା ଆମେ ବୁଝିପାରୁନାହୁଁ। ବିବାହ ପୂର୍ବରୁ କାହାକୁ ବି ଅନ୍ଧଭାବେ ବିଶ୍ୱାସ କରିବା ଉଚିତ୍ ନୁହେଁ।'ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯଦି ସମ୍ପର୍କ ସହମତି ଭିତ୍ତିକ ହୋଇଥାଏ, ତେବେ ଏହା କେବଳ ମାମଲା ଚଲାଇ ଦଣ୍ଡ ଦେବାର ବିଷୟ ନୁହେଁ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق