ନିର୍ଦ୍ଦୋଷରେ ଖଲାସ ହେଲେ ଶୁଭ୍ରଜିତ ପଣ୍ଡା
ଗଣିଆ( ମଣିଭଦ୍ରା ଖବର) ଗଣିଆ ବ୍ଳକ କିଶୋର ପ୍ରସାଦ ଗ୍ରାମର ଶୁଭ୍ରଜିତ ପଣ୍ଡା(ବୁଲୁ) ନିର୍ଦୋଷରେ ଖଲାସ ହୋଇଥିବା ଜଣାପଡିଛି । ଗତ ୨୦୨୩ ମସିହାରେ ଜଣେ ନାବାଳିକାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିବା ଅଭିଯୋଗ କରି ଗଣିଆ ଥାନାରେ ଏତେଲା ହୋଇଥିଲା । ଏତେଲାକୁ ଭିତ୍ତି କରି ମାମଲା ଚାଲୁ ରହିଥିଲା । ତେବେ ୧୭ ଜଣରୁ ଅଧିକ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ନୟାଗଡ ପୋଷ୍କୋ କୋର୍ଟ ମଙ୍ଗଳବାର ଶୁଭ୍ରଜିତ ପଣ୍ଡାଙ୍କୁ ନିର୍ଦୋଷରେ ଖଲାସ କରିଥିବା ଜଣାପଡିଛି । ତେବେ ସତ୍ୟର ଜୟ ହୋଇଥିବା ଶୁଭ୍ରଜିତ ପ୍ରକାଶ କରିବା ସହିତ ରାଜନୈତିକ ଶତ୍ରୁତା ଏଥିପାଇଁ ଦାୟୀ ବୋଲି ସେ ଜଣାଇଛନ୍ତି । ଶୁଭ୍ରଜିତଙ୍କ ତରଫରୁ ଚର୍ତୁଭୂଜ ମହାଳିକ ମାମଲା ପରିଚାଳନା କରୁଥିଲେ ।
ମଣିଭଦ୍ରା ଖବର ,ଗଣିଆ


إرسال تعليق