BREAKING
Loading...
:

ବେଆଇନ୍ ଭାବେ ଚାଲିଥିବା ପାଞ୍ଚୋଟି ଇଟା ଭାଟିରେ ପ୍ରଶାସନର ଚଢ଼ାଉ ; ଜେସିବି ଦ୍ୱାରା ନଷ୍ଟ କରାଗଲା ଇଟା

 ବେଆଇନ୍ ଭାବେ ଚାଲିଥିବା ପାଞ୍ଚୋଟି ଇଟା ଭାଟିରେ ପ୍ରଶାସନର ଚଢ଼ାଉ  ; ଜେସିବି ଦ୍ୱାରା ନଷ୍ଟ କରାଗଲା ଇଟା



ବେଲଗୁଣ୍ଠା, -, ବର୍ତ୍ତମାନ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ି ଚାଲୁଥିବାରୁ ଜଳବାୟୁ ପରିବର୍ତ୍ତନରେ ବିଭ୍ରାଟ ଦେଖିବାକୁ ମିଳୁଛି I ସରକାର ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି I ବିଶେଷ କରି ବିଭିନ୍ନ ଦେଶୀ ଇଟା ଭାଟିରେ ମାଟି ଇଟା ପୋଡ଼ାଯିବା ଯୋଗୁଁ ଏହା ମୃତ୍ତିକା ଏବଂ ବାୟୁ ପ୍ରଦୂଷଣର କାରଣ ପାଲଟୁ ଥିବ ଯୋଗୁଁ ସରକାର ଦେଶୀ ମାଟି ଇଟା ପ୍ରସ୍ତୁତିରେ କଟକଣା ଲଗାଇଛନ୍ତି I କିନ୍ତୁ ବହୁ ସମୟରେ ସରକାରଙ୍କ ଏହି କଟକଣାକୁ କିଛି ଇଟା ଭାଟି ମାଲିକ ଅଣଦେଖା କରି ସରକାରୀ କାର୍ଯ୍ୟାନୁଷ୍ଠାନର ଶିକାର ହେଉଥିବା ଦେଖିବାକୁ ମିଳୁଛି I ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଗାଙ୍ଗପୁର ରାଜସ୍ୱ ନୀରିକ୍ଷକ ଗୌରୀ ଶଙ୍କର ସ୍ୱାଇଁ, ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ, ପୋଲିସ୍ ବାହିନୀ, ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କ ସମେତ ରାଜସ୍ୱ ବିଭାଗର କର୍ମଚାରୀମାନେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ ବୋର୍ସିଂ ପଂଚାୟତର ବଡ଼ବୋର୍ସିଂ ଏବଂ ଖାରି ଗୁଡାରେ ବେଆଇନ୍ ଭାବେ ଚାଲିଥିବା ଇଟା ଭାଟି ଉପରେ ଚଢ଼ାଉ କରିଥିଲେ I ସରକାରଙ୍କ ନୀତି ନିୟମକୁ ଅଣଦେଖା କରି ବେଆଇନ୍ ରୂପେ କାଠରେ ପୋଡ଼ି ଇଟା ପ୍ରସ୍ତୁତ କରାଯାଇଥିବାରୁ ଜେସିବି ଦ୍ୱାରା ସମସ୍ତ ଇଟାକୁ ନଷ୍ଟ କରାଯାଇଥିଲା I ପାଞ୍ଚୋଟି ଭାଟିରେ ଥିବା ପ୍ରାୟ ତିନି ଲକ୍ଷ ଇଟା ନଷ୍ଟ କରାଯାଇଥିବା ଜଣା ପଡିଛି I ଆଗାମୀ ଦିନରେ ମାଟି ଇଟା ପକାଇ ପୋଡ଼ୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କଳାକୃଷ୍ଣ ପ୍ରଧାନ ପ୍ରକାଶ କରିଛନ୍ତି I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS