BREAKING
Loading...
:

ରାଜ୍ୟରେ ନୂଆ ଏନଏସି ଏବଂ ପୌରପାଳିକାରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଜିଲ୍ଲାପାଳଙ୍କୁ ଚିଠି।

 ରାଜ୍ୟରେ ନୂଆ ଏନଏସି ଏବଂ ପୌରପାଳିକାରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଜିଲ୍ଲାପାଳଙ୍କୁ ଚିଠି।



ନୂଆ NAC ଓ ପୌରପାଳିକାରେ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ନୂଆ ୨୮ NAC, ୭ ପୌରପାଳିକା ଘୋଷଣା ହୋଇଥିବା ୧୮ ଜିଲ୍ଲାପାଳଙ୍କୁ ଚିଠି। ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ପାଇଁ ଜିଲ୍ଲାପାଳଙ୍କୁ ଚିଠି।ମାର୍ଚ୍ଚ ସୁଦ୍ଧା ପ୍ରକ୍ରିୟା ସାରିବାକୁ ଜିଲ୍ଲାପାଳମାନଙ୍କୁ ବିଭାଗୀୟ ସଚିବଙ୍କ ଚିଠି।


ସରକାରଙ୍କ ଦ୍ୱାରା ଜାରି ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ:


ଫେବୃଆରୀ ୧୨ ରୁ ୨୧ରେ ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣକୁ ନେଇ ଜନସାଧାରଣଙ୍କଠାରୁ ପ୍ରସ୍ତାବ ଓ ଆପତ୍ତି ଗ୍ରହଣ କରାଯିବ। ଫେବୃଆରୀ ୨୬ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଫେବୃଆରୀ ୨୬ ରୁ ମାର୍ଚ୍ଚ ୧୩ରେ ପୁନର୍ବାର ଯଦି କାହାର କିଛି ଅଭିଯୋଗ ଥାଏ, ତେବେ ସେମାନେ ନିଜର ଆପତ୍ତି ଦାଖଲ କରିପାରିବେ। ମାର୍ଚ୍ଚ ୧୬ ରୁ ୨୮ରେ ଦାଖଲ ହୋଇଥିବା ସମସ୍ତ ଅଭିଯୋଗର ଶୁଣାଣି କରାଯିବ। ମାର୍ଚ୍ଚ ୩୧ରେ ଜିଲ୍ଲାପାଳମାନଙ୍କ ଦ୍ୱାରା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।


୧୮ ଟି ଜିଲ୍ଲା - ଅନୁଗୁଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ନୟାଗଡ଼, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼, ସମ୍ୱଲପୁର, ସୁବର୍ଣ୍ଣପୁର।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS