BREAKING
Loading...
:

ବିଦ୍ୟାଳୟରୁ ନାବାଳକ ନିଖୋଜ ଘଟଣା,ନିଲମ୍ବନ ହେଲେ ଦୁଇ ଶିକ୍ଷୟତ୍ରୀ

 ବିଦ୍ୟାଳୟରୁ ନାବାଳକ ନିଖୋଜ ଘଟଣା,ନିଲମ୍ବନ ହେଲେ ଦୁଇ ଶିକ୍ଷୟତ୍ରୀ 



ଗଣିଆ ୦୩/୦୨(ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡା ପାଟଣା ପ୍ରାଥମିକ ବିଦ୍ୟାଳୟରୁ ୫ମ ଶ୍ରେଣୀ ଛାତ୍ର ଭୋଳାନାଥ ମଳିକ ନିଖୋଜ ହେବା ଏବଂ ପରେ ତାର ଶବ ଗୋଟିଏ ପରିତ୍ୟକ୍ତ କୂଅରୁ ମିଳିବା ଘଟଣାରେ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ । କାର୍ଯ୍ୟରେ ଅବହେଳା ପାଇଁ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ମନିଶା ସେନାପତି ଏବଂ ଶୈଳବାଳା ସାହୁଙ୍କୁ କାର୍ଯ୍ୟରୁ ନିଲମ୍ୱନ କରିଥିବା ପ୍ରକାଶ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS