BREAKING
Loading...
:

ବରଗୋଛା କ୍ରିକେଟ କପ୍ ଭୁବନେଶ୍ୱରର କମାଣ୍ଡୋ - ୧୧ ଚମ୍ପିଆନ

 ବରଗୋଛା କ୍ରିକେଟ କପ୍ 

  ଭୁବନେଶ୍ୱରର କମାଣ୍ଡୋ - ୧୧ ଚମ୍ପିଆନ 



 ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗୋଛାର ଶ୍ରୀଜଗନ୍ନାଥ ପାଠାଗାର ଆୟୋଜନ କ୍ରମେ ସର୍ବଭାରତୀୟ ବରଗୋଛା କ୍ରିକେଟ କପ୍ ଉଦଯାପିତ ହୋଇଯାଇଛି। ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ଇମେଜ ୧୧ ଭଦ୍ରକ ଓ କମାଣ୍ଡୋ ୧୧ ଭୁବନେଶ୍ୱର ମଧ୍ୟରେ ହୋଇଥିଲା । ଶେଷ ଦୁଇ ଟି ମ୍ୟାଚରେ ଭୁବନେଶ୍ୱର ବିଜୟୀ ହୋଇ ବରଗୋଛା କପ୍ ଚମ୍ପିଆନ ହୋଇଥିଲା। ଭୁବନେଶ୍ୱରର ଚିନ୍ମୟ ପରିଡା ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ୍ ଦି ସିରିଜ ହୋଇଥିଲେ। ରଞ୍ଜିତ ଦାସ ଖେଳ ପରିଚାଳନା କରିଥିବା ବେଳେ ପୂର୍ଣ୍ଣ, ଅମିୟ , ରଞ୍ଜନ ସ୍କୋରର ଓ ଧାରା ବିବରଣୀରେ ବୁଦ୍ଧଦେବ ମହାରଣା ଦାୟିତ୍ୱ ନିର୍ବାହ କରିଥିଲେ। ଉଚିତ ଡାଙ୍ଗ ଓ ବିଶ୍ଵାମିତ୍ର ମହଲା ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପରିଚାଳକ କରିଥିଲେ। ଶ୍ରୀ ଜଗନ୍ନାଥ ପାଠାଗାରର ସଭାପତି ଶାନ୍ତନୁ ଥାଟିଙ୍କ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଟୁର୍ଣ୍ଣାମେଣ୍ଟର ଆୟୋଜିତ ହୋଇଥିଲା। ତନ୍ମୟ ସାହୁଙ୍କ ସଂଯୋଜନାରେ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ତଥା ମୁଖ୍ୟ ଆକର୍ଷଣ ଓଡ଼ିଆ ସିନେମା ଅଭିନେତ୍ରୀ ଶୀତଳ ପାତ୍ର ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟାକ୍ଷ ଶଙ୍କର୍ଷଣ ପ୍ରଧାନ , ଜିଲ୍ଲାପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ ବରଗୋଛା ସରପଞ୍ଚ ଲକି କର୍ମୀ , ସମିତି ସଭ୍ୟା ମମତା କୁଆଁର ,ଗୁନ୍ଦୁଲିଆ ସରପଞ୍ଚ ଧବଳେଶ୍ଵର ସିଂ , ଶିକ୍ଷାବିତ ନିଲାଞ୍ଚଳ ଭୋଇ , ଆଇନଜୀବୀ କିଶୋର ମେହେର  ,  ବିଲାସପୁର ସରପଞ୍ଚ ପ୍ରତିନିଧି ପୁରୋହିତ ସୁନା , ଖଲିଆପାଲି ସମିତି ସଭ୍ୟ କେଦାରନାଥ ସାହୁ , ବିଜେପି ନେତା ଅନିଲ ପ୍ରଧାନ, ଡମ୍ବରୁଧର କହଁର , ବିଜେପି ନେତା ପିନାକାଧର ରଣା ,ଶୁଣ୍ଡିପଦର ଏସସିଏସ ସମ୍ପାଦକ ଲାଲ ବିହାରୀ ବଗର୍ତ୍ତି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଡ.ସତ୍ୟନାରାୟଣ ମଲ୍ଲିକ ଅତିଥି ପରିଚୟ, ବିବରଣୀ ଓ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS