BREAKING
Loading...
:

ମାଡ ମାରି କଲେଜ ଛାତ୍ରୀଙ୍କ ଠାରୁ ଲୁଟ୍ ଅଭିଯୋଗ

 ମାଡ ମାରି କଲେଜ ଛାତ୍ରୀଙ୍କ ଠାରୁ ଲୁଟ୍ ଅଭିଯୋଗ *




ବାଙ୍କୀ,-:ଗତକାଲି ମଧ୍ୟାହ୍ନ ୧୨.୩୦ ସମୟରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କ ଠାରୁ ମୁଖାପିନ୍ଧା ଦୁର୍ବୁତ ମାଡମାରି ଦୁଇଟି ଦାମି ମୋବାଇଲ୍ ସହ ୨ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ କଲେଜ ଛାତ୍ରୀ ଜଣକ ନିଜର ପୁରୁଷ ବନ୍ଧୁଙ୍କ ସହିତ ବାଙ୍କୀରୁ ନିଜ ଗ୍ରାମ ଦୁଲଣାପୁରକୁ ଫେରୁଥିବା ସମୟରେ ଶିମିଳିପୁର-ବିଲିପଡା ରାସ୍ତାର ମଧ୍ୟ ଭାଗରେ ଗୋଟିଏ କଳା ପଲସର୍ ବାଇକ୍ ଏବଂ ଗୋଟିଏ ସ୍କୁଟିରେ ୫ଜଣ ମୁଖାପିନ୍ଧା ଦୁର୍ବୁତ ତାଙ୍କୁ ଅଟକାଇ ଉଭୟଙ୍କୁ ମାଡ ମାରିବା ସହିତ ଛାତ୍ରୀଙ୍କ ବେକରୁ ସୁନା ଚେନ୍ ଛଡାଇ ନେବାକୁ ଉଦ୍ୟମ କରିଥିଲେ । କିନ୍ତୁ ଛାତ୍ରୀ ଜଣଙ୍କ ଅଟକାଇବାରୁ ଦୁର୍ବୁତମାନେ ଚେନ୍ ନେବାରେ ବିଫଳ ହେବା ପରେ ସେମାନଙ୍କଠାରୁ ଦାମୀ ମୋବାଇଲ୍ ସହ ୨ହଜାର ଟଙ୍କା ଲୁଟି ଦୁର୍ବୁତ୍ତ ଫେରାର୍ ହୋଇଯାଇଥିଲେ ।  ଖବରପାଇ ବାଙ୍କୀ ପୋଲିସ୍ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଛାତ୍ରୀଙ୍କ ପକ୍ଷରୁ ବାଙ୍କୀ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ସେପଟେ ସି.ସି.ଟିଭି ଫୁଟେଜ୍ ଆଧାରରେ ତଦନ୍ତ ଚାଲିଛି ବୋଲି ବାଙ୍କୀ ଥାନା ଆଇ.ଆଇ.ସି ଦିଲ୍ଲୀପ ମର୍ଦ୍ଦରାଜ ଭୂୟାଁ ସୂଚନା ଦେଇଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS