ସାନ ଏଣ୍ଡ ନିଲ ଫାଉଣ୍ଡେସନ ତରଫରୁ ଶୀତବସ୍ତ୍ର ବଣ୍ଟନ।
ବ୍ରହ୍ମପୁର -ସାରା ରାଜ୍ୟ ରେ ଅତ୍ୟଧିକ ଶୀତ ଲହରୀ ଲାଗିରହିଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହର ରେ ବହୁ ଗରିବ ଓ ଅସହାୟ ଲୋକ ମାନେ କଷ୍ଟ ରେ ରହୁଛନ୍ତି। ଏହିପରି ସମୟରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସାନ ଏଣ୍ଡ ନିଲ ଫାଉଣ୍ଡେସନ ସହାୟତର ହାତ ବଢ଼ାଇଛି। ବ୍ରହ୍ମପୁର ଖାଲାସି ସାହି ୱାର୍ଡ ନଂ ୧୯ରେ ଥିବା ଗରିବ ଓ ଅସହାୟ ଲୋକଙ୍କୁ ୪୨ଟି କମ୍ବଳ ବଣ୍ଟନ କରାଯାଇଛି। ଏହିପରି ଅତ୍ୟଧିକ ଥଣ୍ଡା ସମୟରେ ସାନ ଏଣ୍ଡ ନିଲ ଫାଉଣ୍ଡେସନ ଗରିବ ଲୋକମାନଙ୍କୁ ସହଯୋଗ ର ହାତ ବଢ଼ାଇଥିବାରୁ ସ୍ଥାନୀୟ ଅଞ୍ଚଳ ରେ ଖୁସିର ଲହରୀ ଖେଳିବା ସଙ୍ଗେସଙ୍ଗେ ବହୁତ ପ୍ରଶଂସା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ପ୍ରତିଷ୍ଠାତା ପି ଧର୍ମା ରାଓ, ଏସ ଚିଟି ବାବୁ, ଏସ ସୁଶୀଳା, ପି ସନ୍ଧ୍ୟା, ମେଘନା, ଜଗନ୍ନାଥ ରାଓ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment